ଅବସରପ୍ରାପ୍ତ ବନରକ୍ଷୀ ସୁବାଷ ଗମାଙ୍ଗଙ୍କ ପରଲୋକ
ଗୁଣପୁର,(ୱାଇଏନଏସ): ପଦ୍ମପୁର ବ୍ଲକ ଅନ୍ତର୍ଗତ ଖମାପଦର ଗାଁର କମ୍ୟୁନିଷ୍ଟ ନେତା ସ୍ଵର୍ଗତଃ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗଙ୍କ ପୁଅ ଅବସରପ୍ରାପ୍ତ ବନରକ୍ଷୀ ସୁବାଷ ଚନ୍ଦ୍ର ଗମାଙ୍ଗଙ୍କର ଦେହାନ୍ତ ଘଟିଛି। ଗତ ଦୁଇ ଦିନ ହେଲା ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସ୍ଵର୍ଗତଃ ଗମାଙ୍ଗଙ୍କ ଜନ୍ମ ୨୦ ଜାନୁଆରୀ ୧୯୫୪ ମସିହାରେ ଖମାପଦର ଗାଁରେ ହୋଇଥିଲା। ଜୀବନରେ ଅନେକ ସଂଘର୍ଷ ସହ କାଟିଥିବା ସେ ବନ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଚାକିରି ସମୟରେ ଗୁଣପୁର ଅଞ୍ଚଳର ବିଭିନ୍ନ ବ୍ଲକରେ ବନ ସୁରକ୍ଷା ଦାୟିତ୍ୱ ନିଭାଇଥିଲେ। ତାଙ୍କର ପତ୍ନୀ, ଦୁଇ ଝିଅ ଉମା ମହେଶ୍ୱରୀ ଓ କଳ୍ପନା ରହିଛନ୍ତି। ଦୁବାଇରେ କାର୍ଯ୍ୟରତ ସ୍ଵର୍ଗତଃ ଗମାଙ୍ଗଙ୍କ ପୁଅ ଜଗଦୀଶ ଗମାଙ୍ଗ ଦୁବାଇରୁ ବୁଧୁବାର ଦିନ ରାୟଗଡାରେ ପହଞ୍ଚିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ସାନ ଭାଇ ତଥା ସିପିଆଇଏମ ଲିବ୍ରେସନ ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ସୂଚନା ଦେଇଛନ୍ତି।


