ଡଅଁର ଗ୍ରାମରେ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠାର ପୂର୍ଣ୍ଣାହୁତୀ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଡଅଁର ଗ୍ରାମରେ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବର ଆଜି ପୂର୍ଣ୍ଣାହୁତୀ ପ୍ରଦାନ କରାଯାଇଛି। ସୋମବାର କଳଶ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର ଦିନ ସୂର୍ଯ୍ୟପୂଜା, ଧେନୁ ପୂଜା, ଦେବୀଙ୍କ ସ୍ନାନ, ନଗର ପରିକ୍ରମା, ମା’ଙ୍କ ମାଙ୍ଗଳିକ ପୂଜା ଆଦି କରାଯିବା ପରେ ଆଜି ମନ୍ଦିର ପ୍ରତିଷ୍ଠା, ମନ୍ଦିର ପ୍ରବେଶ, ବିଗ୍ରହ ସ୍ଥାପନ ଆଦି କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ମା ଙ୍କ ମନ୍ଦିର ପ୍ରବେଶ ବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଶଙ୍ଖ ହୁଳହୁଳି ଓ ଜୟ ମା ସନ୍ତୋଷୀ ମା ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ତିନିଦିନ ଧରି ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିବା ବେଳେ ଭଜନ କୀର୍ତ୍ତନ କରାଯାଇଥିଲା। ମୁଖ୍ୟ ପଣ୍ଡିତ ସୁକାନ୍ତ କୁମାର ଦାଶ, ପୁରୋହିତ ନାରାୟଣ ପାଢ଼ୀ, ପଣ୍ଡିତ ପ୍ରହ୍ଲାଦ ଶୁକ୍ଳ, ଦିଲ୍ଲୀପ କୁମାର ପତି, କିଶୋର ଚନ୍ଦ୍ର ଶୁକ୍ଳ, ଅଜୟ କୁମାର ପାଣିଗ୍ରାହୀ, ମଦନ ମୋହନ ଶୁକ୍ଳ, ଅଶ୍ୱିନୀ ଅଗସ୍ଥି ବୈଷ୍ଣବ ପ୍ରମୁଖଙ୍କ ବେଦମନ୍ତ୍ରରେ ପୂଜାର୍ଚନା, ହୋମଯଜ୍ଞ ସମ୍ପର୍ଣ୍ଣ ହୋଇଛି। ପ୍ରଣତି ଦେଓ, ପ୍ରତାପ ଦେଓ ମୁଖ୍ୟ କର୍ତ୍ତା ଭାବେ ପୂଜାରେ ସାମିଲ ହୋଇଥିବା ବେଳେ ଅର୍ଜୁନ ଦେଓ, ମାନସ କୁମାର ଦେଓ,ଶ୍ରୀନିବାସ ପହି, ଚନ୍ଦ୍ରମଣି ଦେଓ, ମୁନା ଜେନା, ହୃଦାନନ୍ଦ ଜେନା, ପ୍ରଶାନ୍ତ ଜେନା, ଅକ୍ଷୟ ଦାସ ସୁରେନ୍ଦ୍ର ଦାସ, ରବୀନ୍ଦ୍ର ଜେନା , ଅମିତ୍ ରଞ୍ଜନ ଦାସ, ସୁମି ଜେନା, ଭାସ୍କର ପହି, ପବିତ୍ର ଜେନା, ଗୟାଧର ନାୟକ, ଗଙ୍ଗାଧର ପହି, ଜଗବନ୍ଧୁ ଜେନା, ପ୍ରଦୀପ ଜେନା, ବିଷ୍ଣୁ ଜେନା, ହିମାଂଶୁ ଦେଓ, ସନ୍ତୋଷ ଦେଓ, ପପୁ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବରେ ଆନନ୍ଦପୁର ଉପଖଣ୍ଡର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିବା ବେଳେ ଗାଁର ସମସ୍ତ ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ।


