ବାଲିବୋଝେଇ ହାଇୱା ଜବତ କଲା ଖଣି ବିଭାଗ

ହାଟଡିହି (ଓ୍ବାଇଏନଏସ):- ଆଜି ସକାଳୁ ସକାଳୁ ଖଣି ବିଭାଗ ଓ ପୋଲିସ ର ସ୍ୱତନ୍ତ୍ର ସ୍କ୍ୱାର୍ଡ ମିଳିତ ଭାବେ ଚଢଉ କରି ଶାଳଣିଆଁ ନିକଟରୁ ଏକ ବେଆଇନ ବାଲି ବୋଝେଇ ହଇୱା ଜବଦ କରିଛନ୍ତି । ବୈତରଣୀ ନଦୀର ବିଭିନ୍ନ ବାଲି ଘାଟରୁ ଚୋରାରେ ବାଲି ଚାଲାଣ ହେଉଥିବା ବେଳେ ଶହ ଶହ ବାଲିବୋଝେଇ ହାଇୱା ବାହାର ଜିଲ୍ଲାକୁ ଚାଲାଣ କରୁଛନ୍ତି। ଏନେଇ ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶ ପାଉଥିଲେ ବି ଖଣି ବିଭାଗ କିମ୍ବା ପୋଲିସ ସେପରି ଆଖି ଦୃଶିଆ ଚଢ଼ାଉ କରୁ ନାହାନ୍ତି। କେତେବେଳେ କିପରି ଗୋଟେ ଦୁଇଟି ଗାଡି ଜବଦ କରିଦେଇ କାମ ସାରି ଦେଉଛି। ବିଶେଷ କରି ବିନା ଟ୍ରାଞ୍ଜିଟ ପରମିଟ ରେ ଅଧିକାଂଶ ଗାଡି ବାଲି ପରିବହନ କରୁଥିବା ବେଳେ ଆଉ କିଛି ଗାଡି ବାହାର ଜିଲ୍ଲାର ଟ୍ରାଞ୍ଜିଟ ପରମିଟ ବ୍ୟବହାର କରି ହାଟଡିହି ତହସିଲ ଅଞ୍ଚଳର ବାଲି ସୈରାତ ରୁ ବାଲି ପରିବହନ କରୁଛନ୍ତି। ଯାହାକି ସମ୍ପୂର୍ଣ୍ଣ ବେଆଇନ। ଏପରି ଅଭିଯୋଗ ପରେ ଆଜି ସକାଳୁ  ଖଣି ବିଭାଗ ଓ ପୋଲିସର ମିଳିତ ଚଢ଼ାଉ ସମୟରେ ଶାଳଣିଆଁ ନିକଟରେ ଓଡି ୨୨ଏଇ ୩୬୬୬ ନମ୍ବର ବିଶିଷ୍ଟ  ଗାଡ଼ିକୁ ଛାଡ଼ି ଡ୍ରାଇଭର ଦୌଡ଼ି ପଳାଇଥିବା ସମୟରେ ଡ୍ରାଇଭରକୁ ଗୋଡେଇ ଗୋଡେଇ ଧରିଥିବା ବେଳେ ଗାଡିଟିକୁ ଖଣି ବିଭାଗ ଜବଦ କରିଥିଲା । ବାଲି ଓଭର ଲୋଡ ହୋଇଥିବା ବେଳେ  ବାଲି ର କୌଣସି କାଗଜ ପତ୍ର ନ ଥିବା ସୂଚନା ଦେଉଛି ମାଇନିଙ୍ଗ ଟିମ୍। ହାଇୱା ର ଚାବି କୁ ଡ୍ରାଇଭର  ଲୁଚେଇ ଦେଇଥିବା ବେଳେ ଗାଡ଼ିକୁ ଥାନାକୁ ନେବା ପାଇଁ ନକେଦମ୍ ହେଲାଣି ମାଇନିଙ୍ଗ ଟିମ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ