ପୂର୍ବତନ ନାଏବ ସରପଞ୍ଚଙ୍କ ପରଲୋକ

ନିମାପଡ଼ା, (ସନ୍ତୋଷ କୁମାର ଦାଶ):ନିକଟସ୍ଥ ତୁଳସୀପୁର ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ସୁଧବାରିମୂଳ ଗ୍ରାମ ର ଗୌରାଙ୍ଗ ଚରଣ ମଲ୍ଲିକ (୭୪) ଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଗତକାଲି ରାତ୍ର ଏଗାର ଘଟିକାରେ ଖାଇସାରି ଶୋଇବା ପାଇଁ ଯାଉଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ପରଲୋକରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି । ପୁରୀ ସ୍ବର୍ଗଦ୍ବାର ଠାରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି। ପୁଅ ଅଜୟ ମଲ୍ଲିକ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୃତ୍ୟୁ ରେ ଚାରିଛକ ଓ ତୁଳସୀପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ