ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପରିଚାଳନା କାର୍ଯ୍ୟକ୍ରମ

ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଭାରତ ସରକାରଙ୍କ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପକେନ୍ଦ୍ର ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ ପାଞ୍ଚଦିନ ବ୍ୟାପୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମଟିର ଶୀର୍ଷକ ଥିଲା ‘ଉତ୍କର୍ଷ ପରିଚାଳନା ଓ ଯୋଜନା’ ଯାହାର ଉଦ୍ଦେଶ୍ୟ ସାମ୍ପ୍ରତିକ ଡିଜିଟାଲ ଯୁଗରେ ଯୋଜନା କୌଶଳର ପ୍ରବର୍ତ୍ତନ। ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ତଫସିଲ ଭୁକ୍ତ ଜାତି,ଉପଜାତି ଓ ସାଧାରଣ ବର୍ଗର ମୋଟ ୨୫ ଜଣ ଶିକ୍ଷାର୍ଥୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପ୍ରଶିକ୍ଷକ ଭାବରେ ଡ. ବିଶ୍ୱଜିତ ଛାଟୋଇ, ଡ. ସାରଦା ପ୍ରସାଦ ସାହୁ, ଡ. କାଳିପ୍ରସାଦ ରବି, ଶ୍ରୀ ତୀର୍ଥବାସ ସାମନ୍ତରାୟ, ଡ. ଡିମ୍ପଲ ସିଂ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶିଳ୍ପ ପରିଚାଳନାର ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷା ଦେଇଥିଲେ। ପାଞ୍ଚଦିନ ବ୍ୟାପୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ଶେଷଦିନରେ ଉଦଯାପନୀ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଏମ୍. ଏସ୍. ଏମ୍. ଇ ର ଉପନିର୍ଦ୍ଦେଶକ ଶ୍ରୀ ଭି. ଭି. ରାମାରାଓ, ଶୈଳ୍ପିକ ସହଯୋଗୀ ଶ୍ରୀ ଉମାଚରଣ ପାତ୍ର, ସଂଯୋଜକ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଏହି ଉଦଯାପନୀ ପର୍ବରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ ପଟ୍ଟନାୟକ, ଅଧ୍ୟାପିକା ଡ. ସୁସ୍ମିତା ପଟ୍ଟନାୟକ, ଶ୍ରୀ ଅଶୋକ ମୁଦୁଲି ପ୍ରମୁଖ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ