ଗଜପତି ପୋଲିସ ଦ୍ୱାରା 75 ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପୋଲିସ ଦ୍ୱାରା ଭିନ୍ନ ଭିନ୍ନ ଅଞ୍ଚଳରେ ଚଢାଉ କରାଯାଇ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଗଛିତ ଥିବା 75 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗଞ୍ଜେଇକୁ  ଜବତ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଅଡବା ଥାନା ଗୁଲୁବା ପଂଚାୟତ ଚନ୍ଦନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥୁବା ପୋଲିସ ସୂଚନା ପାଇବା ପରେ ଚଢଉ କରିଥିଲା I ପୋଲିସ ଗାଁ ନିକଟ ଜଙ୍ଗଲରୁ ଦୁଇ କୁଇଣ୍ଟାଲ ୫୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ପୋଲିସକୁ ଦେଖ୍ ଗଞ୍ଜେଇ ଚୋରା ମାଫିଆମାନେ ଚମ୍ପଟ ମାରିଥିବା ପୋଲିସ ସୂଚନା ପ୍ରଦାନ କରିଛି. ଜବତ ଗଞ୍ଜେଇର ଆନୁମାନିକ 25 ଲକ୍ଷ ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ଶୁଭ୍ରନ୍ତ ପଣ୍ଡା କହିଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସେହିପରି ଗଜପତି ଜିଲ୍ଲା ଆର୍.ଉଦୟଗିରୀ ଥାନା ସମ୍ବଲପୂର୍‌ ପଂଚାୟତ ବୁରୁସହି ଗାଁରେ ଘରେ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ଥିବା ପୋଲିସ ସୂଚନା ପାଇବା ପରେ ଗାଁରେ ଚଢଉ କରିଥିଲା । ପୋଲିସ ଗାଁର ତିନି ଜଣ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ସେଠାରୁ ୪ କୁଇଣ୍ଟାଲ ୫୫ କେଜି ଗଞ୍ଜେଇ ଜବତ କରିଛି । ଚଢ଼ଉ ପୂର୍ବରୁ ପୋଲିସକୁ ଦେଖ୍ 3 ଘରର ମାଲିକମାନେ ଫେରାର ହୋଇଯାଇଛନ୍ତି. ଏହି 3 ଗୋଟି ଘରୁ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆର ଉଦୟଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ଜଣା ପଡିଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ