ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦ ଓ ବୈକୁଣ୍ଠ ଉର୍ବଶୀ ଚାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ମେଡିସିନ ବିଭାଗର ଡାକ୍ତର ସୁଜିତ୍ କୁମାର ନନ୍ଦ, ଅସ୍ଥିଶଲ୍ୟରେ ଡାକ୍ତର ଜିତେନ୍ଦ୍ର ଷଡଙ୍ଗୀ, ସର୍ଜରୀରେ ଡାକ୍ତର ଜଗତମୋହନ ରଥ, ଦାନ୍ତ ରୋଗରେ ଡାକ୍ତର ସୁରଭି ଦେବତା, ଚକ୍ଷୁରେ ଡାକ୍ତର ପୂଜା ଦାସ, ସ୍ତ୍ରୀ ରୋଗରେ ଡାକ୍ତର ସୋନି ନନ୍ଦ, ଚର୍ମରେ ଡାକ୍ତର ସବ୍ୟସାଚୀ ଦେବତା, ଶିଶୁ ରୋଗରେ ଡାକ୍ତର ଗଙ୍ଗାଧର ବେହେରା, ହୋମିଓପାଥିକରେ ପ୍ରଫେସର ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ, ଡାକ୍ତର ଘନଶ୍ୟାମ ମୁଦୁଲି, ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ରୋଗୀଙ୍କର ଚିକିତ୍ସା କରାଇଥିଲେ। ଶିବିରରେ ମାଗଣାରେ ଇସିଜି, ରକ୍ତଚାପ, ମଧୁମେହ ଓ କ୍ୟାଲସିୟମର ମାଗଣା ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ପୂର୍ବତନ ଜିଲା ପରିଷଦ ସଭାପତି ଜଗତସିଂହପୁର ନଟବର ବାରିକ,ନାଉଗାଁ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ବାଲିକୁଦା ବ୍ଳକର ଜିଲ୍ଲା ପରିଷଦ ସଭ୍ୟା ଡଲି ପଣ୍ଡା, ଡେରିକି ସରପଂଚ ପ୍ରଶାନ୍ତ କୁମାର ଜେନା, ଜଗତସିଂହପୁର ଜିଲ୍ଲା ବିକାଶ ପରିଷଦର ସଭାପତି ଅଜୟ କୁମାର ଦାସ, ବରିଷ୍ଠ ସଭ୍ୟ ପ୍ରଣବ ଦେ, ସଭ୍ୟା ନିବେଦିତା ମହାନ୍ତି, ସାମାଜିକ କର୍ମୀ ଉପେନ୍ଦ୍ର ନାଥ ବିଶ୍ୱାଳ, ନିଲୁରାମ ଜେନା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କା, ଜୟନ୍ତ କୁମାର ପରିଡା, ଶିଶିର ସ୍ୱାଇଁ, ଅଶୋକ ଜେନା, ରାମଚନ୍ଦ୍ର ଜେନା, ସର୍ବେଶ୍ୱର ମହାରଣା, ଅଜୟ ମହାନ୍ତି, କରୁଣାକର ନାୟକ,ଦୁର୍ଯ୍ୟୋଧନ ଜେନା, ଧୁନାକର ସେଠୀ, ପ୍ରଭାତ ମହାନ୍ତି,ବଛାଳୋ ସମିତି ସଭ୍ୟ ଚନ୍ଦନ ଲେଙ୍କା, ଦିଲ୍ଲିପ ଲେଙ୍କା ଆଦି ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବିକାଶ ପରିଷଦର ମୁଖ୍ୟ ସଂଯୋଜକ ସୂର୍ଯ୍ୟରଂଜନ ମହାନ୍ତି,ଯୁଗ୍ମ ସଂପାଦକ ସୁଜିତ ପୁହାଣ,ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ପରିଚାଳନା କରିଥିଲେ। ଏହି ଶିବିରରେ ସର୍ବମୋଟ ୫୫୫ଜଣ ବ୍ୟକ୍ତି ନାମ ପଂଜୀକୃତ କରି ବିଭିନ୍ନ ବିଭାଗର ଡାକ୍ତରଙ୍କ ନିକଟରୁ ପରାମର୍ଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ