ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
ହାଟଡିହି (ଓ୍ବାଇଏନଏସ): ନନ୍ଦିପଦା ପୁଲିସକୁ ମିଳିଛି ବଡ଼ ସଫଳତା। ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଚୋରା ମଦ ବ୍ୟବସାୟ କରୁଥିବା ସଞ୍ଜୟ ଧଳ, ପି. ବ୍ରହ୍ମାନନ୍ଦ ଧଳ ନିକଟରୁ ପୋଲିସ ବିପୁଳ ପରିମାଣର ବିଦେଶୀ ମଦ ଜବଦ କରିବାରେ ସଫଳ ହୋଇଛି। ସୂଚନାରୁ ଜଣା ଯାଇଛି ଯେ ଟୁକୁଣା ଗ୍ରାମର ସଞ୍ଜୟ ଧଳ ଅନେକ ଦିନ ହେଲା ଟୁକୁଣାରେ ଚୋରା ମଦ ବ୍ୟବସାୟ କରୁଥିଲେ। ଏପରିକି ଗତ ୨ତାରିଖ ଦିନ ସଞ୍ଜୟ ମଦବିକ୍ରୀ ବେଳେ ଧରାପଡି ଜେଲ ଯାଇଥିଲା। ଆଜି ଅପରାହ୍ନରେ ନନ୍ଦିପଦା ଥାନା ଏସ ଆଇ ସୋଲିନା ନାୟକ ପେଟ୍ରୋଲିଙ୍ଗ କରୁଥିବା ବେଳେ ଟୁକୁଣା ନିକଟରେ ଯାଉଥିବା ଏକ ପିକଅପ ଭ୍ୟାନକୁ ସନ୍ଦେହ କରି ଅଟକାଇବାରୁ ଚାଳକ ଗାଡି ଥୋଇଦେଇ ଦୌଡ଼ି ପଳାଇଥିଲା। ପୋଲିସ ଯାଞ୍ଚ କରିବା ବେଳେ ତା ଭିତରୁ ବିପୁଳ ପରିମାଣର ବିଦେଶୀ ମଦ ରହିଥିବା ଦେଖିବାକୁ ପାଇଥିଲା। ଏହି ଘଟଣାରେ ପୋଲିସ ମଦ ବ୍ୟବସାୟୀ ସଞ୍ଜୟକୁ ଗିରଫ କରିଛି। ଗାଡି ଭିତରୁ ମୋଟ ୪୦୮ ପିସ ବିଦେଶୀ ମଦ ଜବଦ ହୋଇଥିବା ଥାନା ଆଇ ଆଇ ସି ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି। ସଞ୍ଜୟ ଏହି ମଦ କେଉଁଠାରୁ ଆଣୁଥିଲେ ତାହା ତଦନ୍ତ ଚାଲିଛି ବୋଲି କହିଛନ୍ତି। ପିକଅପ ଭ୍ୟାନ ଟିକୁ ମଧ୍ୟ ପୋଲିସ ଜବଦ କରିଛି।


