ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପିତ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା ଅସ୍ତରଙ୍ଗ ଡିଗ୍ରୀ ମହାବିଦ୍ୟାଳୟ ରେ ଆତ୍ମରକ୍ଷା ତାଲିମ୍ ଶିବିର ସୋମବାର ଦିନ ଉଦୁଯାପିତ ହୋଇଯାଇଛି। କଲେଜ ଅଧକ୍ଷା କୁନି ଲତା ରାଉତ ଙ୍କ ସଭାପତିତ୍ୱରେ ଏହା ଉଦୁଯାପିତ ହୋଇଛି। ଛାତ୍ରୀ ମାନେ କିଭଳି ନିଜକୁ ନିଜେ ପ୍ରାଥମିକ ସ୍ତରରେ ସୁରକ୍ଷା ଦେଇପାରିବେ, ସେଥିନେଇ ଆଲୋଚନା କରିଥିଲେ।’ଛାତ୍ରୀ ଆତ୍ମରକ୍ଷା କୌଶଳ ହିଁ ବାସ୍ତବରେ ଭବିଷ୍ୟତ ଜୀବନ ପାଈଁ ସେମାନଙ୍କ ରକ୍ଷା କବଚ। ନାରୀ ନିଜକୁ ସୁରକ୍ଷିତ ରଖିଲେ ସମାଜ ଶୃଙ୍ଖଳିତ ରହିବ। ବର୍ତମାନ ସମାଜରେ ନାରୀ ହିଂସା ଓ ନିର୍ଯାତନା ବଢ଼ି ଚାଲିଥିବା ସହ ଛାତ୍ରୀ ମାନଙ୍କ ସୁରକ୍ଷା ମଧ୍ୟ ସମସ୍ୟାର ବିଷୟ ହୋଇଛି। ଛାତ୍ରୀ ମାନଙ୍କ ସୁରକ୍ଷା ପାଈଁ ଏକ ଆତ୍ମରକ୍ଷା କୌଶଳ ଜାଣିବା ଜରୁରୀ ବୋଲି ସେ ପ୍ରକାଶ କରିଥିଲେ। କଲେଜର ସମସ୍ତ ଛାତ୍ରୀ ଙ୍କୁ ନେଇ ଶିବିର ଟି ୮ଦିନ ଧରି ଚାଲିଥିଲା। କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଅଧ୍ୟାପକ ସାଗର କୁମାର ଜେନା, ଅଧ୍ୟାପିକା ମୋନାଲିସା ଶ୍ରୀଚନ୍ଦନ ସିଂ,ସୁଜାତା ଦାସ, ସରସ୍ବତୀ ପରିଡା, କବିତା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ। ପ୍ରଶିକ୍ଷିକା ସାକ୍ଷୀଲତା ନାୟକ (ହାପି )ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି।


