ନିଗମାନନ୍ଦ ମହିଳା କଲେଜରେ ବୃତ୍ତିଗତ ପରାମର୍ଶ ସଚେତନତା କାର୍ଯ୍ୟକ୍ରମ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ( କିଟ୍), ଭୁବନେଶ୍ୱର ଏବଂ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସ ଶୀର୍ଷକ ଏକ ବୃତ୍ତିଗତ ପରାମର୍ଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ଅଶୋକ କୁମାର ବିଶ୍ୱାଳ ଏହି ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରି ସ୍ନାତକ ଶିକ୍ଷା ପରିସମାପ୍ତି ପରେ ଯେଉଁସବୁ ବୃତ୍ତିଗତ ସୁବିଧା ସୁଯୋଗ ରହିଛି ତାହା ଉପରେ ଆଲୋକପାତ କରିଥିଲେ । ସଂସ୍କୃତ ବିଭାଗ ଅଧ୍ୟାପକ ଜୀବନ ଦାଶ ଙ୍କ ସଂଯୋଜନାରେ ଅନୁଷ୍ଠିତ ବୃତ୍ତିଗତ ପରାମର୍ଶ ସଚେତନତା କାର୍ଯ୍ୟକ୍ରମ ରେ କିଟ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗର ପ୍ରଫେସର ଡ଼ଃ. ସିମାଞ୍ଚଳ ବେହେରା, ସହକାରୀ ଗ୍ରନ୍ଥାଗାରିକ ମମତା ସାହୁ ଏବଂ କିଟ କେନ୍ଦ୍ରୀୟ ଗ୍ରନ୍ଥଗାରର ସହକାରୀ ଗ୍ରନ୍ଥାଗାରିକ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ବୃତ୍ତିଗତ ପରାମର୍ଶ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରିଣୀ କାନନବାଳା ନନ୍ଦ ଏବଂ ମହାବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ଃ.ଶ୍ରୀଲେଖା ନାୟକ ଯୋଗ ଦେଇଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ଓଡିଆ ବିଭାଗ ମୁଖ୍ୟ ଡ଼ଃ. ଶର୍ମିଷ୍ଠାରାଣୀ ମହାନ୍ତି, ଅଧ୍ୟାପକ ସ୍ୱୟଂ ବିକାଶ ରଥ, ଅଧ୍ୟାପକ ଜଗନ୍ନାଥ ପଣ୍ଡା, ଅଧ୍ୟାପିକା ସୁନିତା ନାୟକ, ଡ଼ଃ. କୀର୍ତ୍ତିମୟୀ ରାଉତରାୟ, ଅଧ୍ୟାପକ ଯୋଗେଶ୍ୱର ମୁଣ୍ଡା, କମ୍ପୁଟର ପ୍ରୋଗ୍ରାମର ସ୍ୱାଧୀନ ନାୟକ, ଡି.ଇ.ଓ ଦିବାକର ବେହେରା ପ୍ରମୁଖ ଯୋଗଦେଇଥିଲେ । କଲେଜ ର +୩ ତୃତୀୟ ବର୍ଷର ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ