ଶାସଙ୍ଗ ଗ୍ରାମର ବରିଷ୍ଠ ନାଗରିକ ବାବାଜି ସାହୁଙ୍କ ସ୍ମୃତିସଭା
ହାଟଡିହି (ଓ୍ବାଇଏନଏସ): ଛେନାପଦି ଛକର ସର୍ବ ପୁରାତନ ବ୍ୟବସାୟୀ ତଥା ଶାସଙ୍ଗ ଗ୍ରାମର ବରିଷ୍ଠ ନାଗରିକ ବାବାଜି ଚରଣ ସାହୁଙ୍କ ସ୍ମୃତିସଭା ଶାସଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି। ରତ୍ନାକର ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କାର୍ତିକେଶ୍ୱର ସାହୁ, ଚକ୍ରଧର ସାହୁ, ବାବନ ସାହୁ, ରବିନ୍ଦ୍ର ସାହୁ, ନାରାୟଣ ସାହୁ, ଶେଷଦେବ ସାହୁ, ମଞ୍ଜୁଲତା ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସୁନାମଧନ୍ୟ କଣ୍ଠ ଶିଳ୍ପୀଙ୍କ ଦ୍ଵାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ବାବାଜୀ ଚରଣ ସାହୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମ୍ତତି ଚାରଣ କରିଥିଲେ। ସାହୁ ପରିବାର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସ୍ବର୍ଗତ ବାବାଜୀ ଚରଣ ସାହୁ ୬୦ଦଶକରେ ଛେନାପଦି ଛକରେ ମିଠା ବ୍ୟବସାୟ ଆରମ୍ଭ କରି ବଜାର ପ୍ରତିଷ୍ଠା ରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଜଣେ ଶାନ୍ତ, ସରଳ ଓ ଆମାୟିକ ବ୍ୟକ୍ତି ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।


