ଇଞ୍ଚୋଳ ଗାଁ ନୟନଜୋରୀ ବୁଡି ଜଣେ ମୃତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଇଞ୍ଚୋଳ ଗାଁ ରାସ୍ତା ପାଖ ନୟନଜୋରୀରେ ବୁଡି ଯାଇ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ଯାଇଛି। ସୂଚନା ଅନୁଯାଇ ଗ୍ରାମର ପ୍ରଶାନ୍ତ ପାତ୍ର (୪୨) ନାମକ ଜଣେ ବ୍ୟକ୍ତି ଗାଁ ରେ ଚାଲୁଥିବା ନାଚ ଦେଖିସାରି ଶୌଚ ହେବାକୁ ରାସ୍ତା ପାଖ ନୟନଜୋରୀକୁ ଯାଇଥିଲେ। ମାତ୍ର ଅସାବଧାନତାରୁ ତାଙ୍କ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ିଯାଇ ମୃତ୍ୟୁ ବରଣ କରିଥିଲେ। ପରିବାର ଲୋକେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଶବ ଜବଦ କରିବା ସହିତ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ତଦନ୍ତ କରୁଛି। ଘରେ ତାଙ୍କର ବିଧବା ପତ୍ନୀଙ୍କ ସହିତ ଦୁଇଟି ଛୁଆ ଅଛନ୍ତି। ଉକ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ