ତୁଣ୍ଡେ ତୁମ ନାମ ମୁଖେ କୈବଲ୍ୟ


ଅଧ୍ୟାପକ ହେମନ୍ତ କୁମାର ଗନ୍ତାୟତ

ସୁନ୍ଦର ବଦନ ସୁନ୍ଦର ନୟନ
ସୁନ୍ଦର ଅଧର ମୁଖ
ଭକ୍ତିର ପାଶରେ ଭକ୍ତଙ୍କୁ ବାନ୍ଧିଛ
ହରିନିଅ ଭକ୍ତ ଦୁଃଖ ।।

ଦୁଃଖହାରି ବୋଲି କରେ ମୁଁ ଗୁହାରି
ନାହିଁ ମୋର ଭକ୍ତି ଧନ
ତନ ମନ ଧନ କରୁଛି ଅର୍ପଣ
ରଖ ବାରେ ନାରାୟଣ ।।

ପ୍ରାଣର ପ୍ରୟାଣେ ତୁମରି ଶରଣେ
ଥାଉ ମୋର ମନ୍ଦମତି
ଅଗତିର ଗତି ଆହେ ଯଦୁପତି !
ଘେନ ବାରେ ମାେ ବିନତି ।।

ତୁଣ୍ଡେ ତୁମ ନାମ ଥିବ ଅବିରାମ
ମୁଖେ ଥିବ କଇବଲ୍ୟ
ବିଗଳିତ ନେତ୍ର ଦେଖୁଥିବ ଗାତ୍ର
ମରଣ ହେବ ସାଫଲ୍ୟ ।।
ଖମ୍ବେଶ୍ଵରୀ ପାଟଣା
ଆସିକା, ଗଞ୍ଜାମ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ