କଳିଙ୍ଗ ସେବାରତ୍ନ ପୁରସ୍କାରରେ ସମ୍ମାନିତ ହେଲେ ପୋଷ୍ଟମ୍ୟାନ୍‍ ଭାଗ୍ୟଶ୍ରୀ

ଆସିକା  (ୱାଇଏନ୍‍ଏସ୍‍) :ଆସିକା ପ୍ରଧାନ ଡାକଘରର ପୋଷ୍ଟମ୍ୟାନ୍‍ ଭାଗ୍ୟଶ୍ରୀ ମାରାଣ୍ଡି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ କଳିଙ୍ଗ ସେବାରତ୍ନ ସମ୍ମାନ-୨୦୨୬ରେ ସମ୍ମାନିତ ହେବା ଆସିକା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଡାକସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ପୋଷ୍ଟମ୍ୟାନ୍‍ ଭାଗ୍ୟଶ୍ରୀ ମାରାଣ୍ଡି ଏହି ସମ୍ମାନ ପାଇଥିବା ଜଣାପଡିଛି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଆୟୋଜିତ ତୃତୀୟ ରାଜ୍ୟସ୍ତରୀୟ କଳିଙ୍ଗ ସେବାରତ୍ନ ଓ ଗୁରୁରତ୍ନ ସମ୍ମାନ ପ୍ରଦାନ ଉତ୍ସବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୋଷ୍ଟମ୍ୟାନ୍‍ ଭାଗ୍ୟଶ୍ରୀ ମାରାଣ୍ଡି ଏହି କଳିଙ୍ଗ ସେବାରତ୍ନ ପୁୁରସ୍କାର ପାଇଥିବା ଜଣାପଡିଛି । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ କଳିଙ୍ଗ ସେବାରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ଆସିକା ପ୍ରଧାନ ଡାକଘରର ପୋଷ୍ଟମ୍ୟାନ୍‍ ଭାଗ୍ୟଶ୍ରୀ ମାରାଣ୍ଡିଙ୍କ ଏହି ସଫଳତା ଆସିକା ଡାକବିଭାଗ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଆଣିଛି ବୋଲି ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ରାଜ୍ୟର ବିଭିନ୍ନ ସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଧରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଆସୁଛି । ରାଜ୍ୟସ୍ତରୀୟ ଉତ୍ସବରେ କଳିଙ୍ଗ ସେବାରତ୍ନ ପୁରସ୍କାରରେ ସମ୍ମାନିତ ହୋଇଥିବା ଆସିକା ପ୍ରଧାନ ଡାକଘରର ପୋଷ୍ଟମ୍ୟାନ୍‍ ଭାଗ୍ୟଶ୍ରୀ ମାରାଣ୍ଡିଙ୍କୁ ଆସିକା ଡାକ ଅଧୀକ୍ଷକ ଲେଫ୍ଟେନାଣ୍ଟ କର୍ଣ୍ଣେଲ୍‍ ଦିଲୀପ କୁମାର ବେହେରା, ସହକାରୀ ଡାକ ଅଧୀକ୍ଷକ (ମୁଖ୍ୟାଳୟ) ପରମାନନ୍ଦ କଣ୍ଠ, ଭଞ୍ଜନଗର ଡାକ ଅଧୀକ୍ଷିକା କିରଣମାଳା ପଣ୍ଡା, ଆସିକା ପୂର୍ବଖଣ୍ଡ ଡାକ ନୀରିକ୍ଷକ ରଘୁନାଥ ନାୟକ, ଆସିକା ହେଡ୍‍ ପୋଷ୍ଟମାଷ୍ଟର ମହାକାଳ ନାୟକ, ଭଂଜନଗର ହେଡ୍‍ ପୋଷ୍ଟମାଷ୍ଟର ଜିତେନ୍ଦ୍ର କୁମାର ସ୍ୱାଇଁ, ଡାକ ଜୀବନବୀମା ଉନ୍ନୟନ ଅଧିକାରୀ ଦୀପକ ରଂଜନ ପାଣିଗ୍ରାହୀ, ବ୍ୟବସାୟିକ କାର୍ଯ୍ୟନିର୍ବାହୀ ବିଷ୍ଣୁ ପ୍ରସାଦ ସେଠୀ, ଆସିକା ଡାକମଣ୍ଡଳ କାର୍ଯ୍ୟାଳୟର ଷ୍ଟେନୋଗ୍ରାଫର୍‍ ଅନୁପ କୁମାର ପାଣିଗ୍ରାହୀ, ଜାତୀୟ ଡାକ କର୍ମଚାରୀ ସଂଘର ସଂପାଦକ ଅକ୍ଷୟ କୁମାର ବେହେରା, ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘର ସଂପାଦକ ରବିନାରାୟଣ ଚୌଧୁରୀ, ପୋଷ୍ଟମ୍ୟାନ୍‍ ସଂଘ ସଂପାଦକ ସନ୍ତୋଷ କୁମାର ସାହୁ ଓ ଅନଙ୍ଗ କୁମାର ସାହୁଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କର୍ମକ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କାମନା କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ