ସିନ୍ନାଇ ପବ୍ଲିକ ସ୍କୁଲରେ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ

କୋରାପୁଟ/ଲକ୍ଷ୍ମୀପୁର, (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ସିନ୍ନାଇ ପବ୍ଲିକ ସ୍କୁଲ ରେ ପ୍ରଥମ ଥର ନିମନ୍ତେ ଏକ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ପବ୍ଲିକ ସ୍କୁଲ ର ପ୍ରିନସିପାଲ କୁବେର ପରିଛା ଙ୍କ ପ୍ରତ୍ୟକ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ଖାଦ୍ୟ ମେଳାରେ ୩୦ ଜଣ ଛାତ୍ର ଛାତ୍ରୀ ଙ୍କ ମା ମାନେ ପାରମ୍ପରିକ ଖାଦ୍ୟ ସହ କିଛି ଅନ୍ୟ ରାଜ୍ୟ ର ସୁସ୍ୱାଦ୍ୟ ଖାଦ୍ୟ ପରିବେଷଣ କରିଥିଲେ। ବିଶେଷ କରି କୋରାପୁଟ ଜିଲ୍ଲା ର ପାରମ୍ପରିକ ଖାଦ୍ୟ ମାଣ୍ଡିଆ ରେ ତିଆରି ଲସି, ସୁପ,ପକୋଡ଼ି ଠାରୁ ଆରମ୍ଭ କରି ଆଳୁଦମ ଦହି ବରା, ଆରିସା ପିଠା, ପୋଡ଼ ପିଠା, ଗାଜର ବିଟ ରେ ତିଆରି ରୋଟି ପୁରୀ, ପରଟା, ଚଣା ଝୋଲି , ଅଳସୀ ପିଠା, ଦେଶୀ ଆଳୁ ଖଟା, ଚନ୍ଦ୍ରକାନ୍ତି, ମହୁଲ ପିଠା, ପୁଲିହାରୀ, ମୁଢି ମଟନ ଭଳି ଶହେ ରୁ ଉର୍ଦ୍ଧ ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ଗୋବିନ୍ଦପାଲି କଲେଜ ର ଅଧ୍ୟାପିକା ମିନାକ୍ଷୀ ପ୍ରଧାନ ଓ  କନ୍ଧମାଳ ନର୍ସିଙ୍ଗ କଲେଜ ର ଅଧ୍ୟକ୍ଷ ପ୍ରଦୀପ ମଲ୍ଲିକ ଖାଦ୍ୟ ବିଚାରକ ଭାବେ ଯୋଗ ଦେଇଥିଲେ।ଖାଦ୍ୟ ମେଳା ରେ ସୁସ୍ୱାଦ୍ୟ ବ୍ୟଞ୍ଜନ ପ୍ରସ୍ତୁତ କରିଥିବା ରେଣୁକା ଗୌଡ଼ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ,ରୂପଶ୍ରୀ ଭତ୍ରା ଦ୍ୱିତୀୟ ଓ କୁମଦିନୀ ଖରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମା ମାନଙ୍କୁ ଉପଢୌକନ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବା ବେଳେ ସମସ୍ତ ପ୍ରତିଯୋଗୀ ମା ମାନଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ଏତେ ସୁସ୍ୱାଦ୍ୟ ଖାଦ୍ୟ ତିଆରି ହୋଇଥିଲା ଯେ ବିଚାରକ ମୂଲ୍ୟାଙ୍କନ କରିବାକୁ ଅସୁବିଧା ସମ୍ମୁଖୀନ ହୋଇଥିଲେ।ବିଦ୍ୟାଳୟ ପରିଚାଳନା ନିର୍ଦ୍ଧେଶିକା  ଶର୍ମିଲା କୁମାରୀ ମଲ୍ଲିକ ଙ୍କ ସହ ପବ୍ଲିକ ସ୍କୁଲ ର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ. ଖାଦ୍ୟ ମେଳାରେ ଅଭିଭାବକ ଙ୍କ ସହ ଛାତ୍ର ଛାତ୍ରୀ ସୁସ୍ୱାଦ ଖାଦ୍ୟ ର ମଜା ନେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ