ଅଧୀଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
ଆସିକା (ୱାଇଏନ୍ଏସ୍): ଦକ୍ଷିଣ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଆଜି ଚୈତ୍ର ତୃତୀୟ ପାଳି ମଙ୍ଗଳବାରରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିରହିଥିଲା । ପ୍ରତ୍ୟୁଷରୁ ପୂଜକମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ ଖମ୍ବେଶ୍ୱରୀଙ୍କ ମାର୍ଜଣା ଓ ପୂଜାର୍ଚ୍ଚନା ପରେ ଦର୍ଶନ ପାଇଁ ଦ୍ୱାର ଖୋଲାଯାଇଥିଲା । ଦୂରଦୂରାନ୍ତରୁ ଆସିଥିବା ଶହ ଶହ ମାନସିକଧାରୀ ଶ୍ରଦ୍ଧାଳୁମାନେ ନିଜ ସନ୍ତାନ ସନ୍ତତିଙ୍କ ମୁଣ୍ଡନ କରାଇବା ସହ ପରିବାରର ମଙ୍ଗଳ କାମନା ପାଇଁ ମାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ମାନସିକଧାରୀମାନେ କେତେକ ଅଞ୍ଚଳରେ ଭୋଜିଭାତର ଆୟୋଜନ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତମାନେ ତୃତୀୟପାଳି ମଙ୍ଗଳବାରରେ ନିଜ ସନ୍ତାନସନ୍ତତିଙ୍କ ମୁଣ୍ଡନ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଦିନତମାମ ମନ୍ଦିର ପରିବେଶ ଗହଳିଚହଳି ଲାଗି ରହିଥିଲା । ଚୈତ୍ର ତୃତୀୟପାଳି ମଙ୍ଗଳବାରରେ ମା’ଙ୍କ ଆଶିଷ ପାଇଁ ଆସୁଥିବା ଭକ୍ତମାନଙ୍କ ଯେପରି କୌଣସି ଅସୁବିଧା ନହୁଏ ତାହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟିି ପକ୍ଷରୁ ବହୁବିଧ ପଦକ୍ଷେପମାନ ଗ୍ରହଣ କରିଥିଲା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା ଓ ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ତତ୍ତ୍ୱାବଧାନରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଚୈତ୍ର ତୃତୀୟପାଳି ମଙ୍ଗଳବାର ଅବସରରେ ଆସିକାର ଅଧୀଷ୍ଠାତ୍ରୀ ଦେବୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା ବେଳେ ମନ୍ଦିର ପରିଚାଳନା କମିଟି ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ମନ୍ଦିର ପୂଜକ ସନ୍ୟାସୀ ମୁନି, ଗଣପତି ମୁନି, ମାଧବ ମୁନି, ସିମାଂଚଳ ମୁନି, ସତ୍ୟନାରାୟଣ ମୁନି, ନରସିଂହ ମୁନି, ଟୁଲିଆ ମୁନି, ବସନ୍ତ ମୁନି, ଅଜିତ୍ କୁମାର ମୁନି, ପ୍ରସନ୍ନ ମୁନି, ନୀଳମାଧବ ମୁନି, ଅରବିନ୍ଦ ମୁନି, ସମାଜସେବୀ ତଥା ଆଧ୍ୟତ୍ମିକପ୍ରେମୀ ପିଣ୍ଟୁ ପ୍ରଧାନ, ସନ୍ତୋଷ କୁମାର ପାଣିଗ୍ରାହୀ, ମହେଶ୍ୱର ଜେନା, ମୁନା ପ୍ରଧାନ, ଶ୍ରୀଅନ୍ତା ସ୍ୱାଇଁ, ସିପୁ ପ୍ରଧାନ, ବଳିଆ ପ୍ରଧାନ, ଟିଙ୍କୁ ସ୍ୱାଇଁ, ପାପା ପଟ୍ଟନାୟକ, ସୁମନ ପ୍ରଧାନଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟମାନେ ଶ୍ରଦ୍ଧାଳୁ ଭକ୍ତଙ୍କ ସୁବିଧା ଲାଗି ବହୁବିଧ ପଦକ୍ଷେପମାନ ଗ୍ରହଣ କରିଥିଲା ଲକ୍ଷ୍ୟ କରାଯାଇଥିଲା । ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ରୂପେ ପରିଚିତ ଥିବା ମା’ ଖମ୍ବେଶ୍ୱରୀଙ୍କ ପୀଠରେ ଚୈତ୍ର ତୃତୀୟ ପାଳି ମଙ୍ଗଳବାର ଅବସରରେ ଶ୍ରଦ୍ଧାଳୁ ଭକ୍ତଙ୍କ ସୁବିଧା ଲାଗି ମନ୍ଦିର ସମ୍ମୁଖସ୍ଥ ରାସ୍ତାରେ ବ୍ୟାରିକେଟ୍ ନିର୍ମାଣ କରାଯାଇଥିଲା । ଶ୍ରଦ୍ଧାଳୁ ଭକ୍ତମାନେ ବ୍ୟାରିକେଟ୍ ମଧ୍ୟରେ ଧାଡିରେ ଯାଇ ମନ୍ଦିରକୁ ପ୍ରବେଶ କରି ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।


