ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ଉଦ୍ଘାଟିତ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର କେ.ରାଇସିଂପୁର ଗ୍ରାମର ଖେଳପଡିଆରେ ବୁଧବାର ଠାରୁ ୨ଦିନ ଲାଗି କବାଡି (ସିନିୟର୍) ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି । ଚଢେୟାପଲ୍ଲୀ ୟୁଥ୍କ୍ଳବର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କେ.ରାଇସିଂପୁର ଗ୍ରାମରେ ଆରମ୍ଭ ହୋଇଥିବା ଏହି ଜିଲ୍ଲାସ୍ତରୀୟ କବାଡି (ସିନିୟର୍) ପ୍ରତିଯୋଗିତାରେ ଜିଲ୍ଲାର ହିଞ୍ଜିଳିକାଟୁ, ବ୍ରହ୍ମପୁର, କବିସୂର୍ଯ୍ୟନଗର, ଆସିକା, ବାଲିଆସରା, ଗୋବିନ୍ଦପୁର, ରାମଚନ୍ଦ୍ରପୁର ସମେତ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨ରୁ ଉର୍ଦ୍ଧ୍ୱ କବାଡି ଦଳ ଅଂଶଗ୍ରହଣ କରିଥିବା ଜଣାପଡିଛି । ଚଢେୟାପଲ୍ଲୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଜୟସେନ ସ୍ୱାଇଁ ଓ ସମାଜସେବୀ ପିତାମ୍ବର ଜେନାଙ୍କ ସଂଯୋଜନା ଏବଂ ଚଢେୟାପଲ୍ଲୀ ୟୁଥ୍କ୍ଳବର ଆବାହକତ୍ୱରେ ଆରମ୍ଭ ହେଉଥିବା ଏହି ଜିଲ୍ଲାସ୍ତରୀୟ କବାଡି (ସିନିୟର୍) ପ୍ରତିଯୋଗିତାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସରପଞ୍ଚ ଜୟସେନ ସ୍ୱାଇଁ, ସମାଜସେବୀ ପିତାମ୍ବର ଜେନା, କ୍ରୀଡାବିତ୍ ସୁମନ୍ତ କୁମାର ସାହୁ, ଆସିକା ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ବରିଷ୍ଠ ଆଇନଜୀବୀ ଦିଲୀପ କୁମାର ପାଣିଗ୍ରାହୀ, ସମାଜସେବୀ ସନ୍ତୋଷ କୁମାର ବିଶ୍ୱାଳ, ରବିନ୍ଦ୍ର କୁମାର ସାହୁ, ଭଗବାନ ସ୍ୱାଇଁ, ମହେଶ୍ୱର ବିଶ୍ୱାଳ, ଆଶିଷ୍ ମିଶ୍ର, ମଦନ ମୋହନ ମିଶ୍ର, ସନ୍ତୋଷ ମିଶ୍ର ପ୍ରମୁଖ ଯୋଗଦେଇ କ୍ରୀଡାବିତ୍ ମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଜଣେ ଜଣେ ଭଲ ଖେଳାଳୀ ହେବାକୁ ଆହ୍ୱାନ ଓ ମାର୍ଗଦର୍ଶନ ଦେବା ସହ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଜିଲ୍ଲାସ୍ତରୀୟ କବାଡି (ସିନିୟର୍) ପ୍ରତିଯୋଗିତାକୁ ସୁପରିଚାଳନା କରିବା ଦିଗରେ ଚଢେୟାପଲ୍ଲୀ ୟୁଥ୍କ୍ଳବର ସଦସ୍ୟ ସୁମନ୍ତ କୁମାର ସାହୁ, ଗୌତମ ଭଂଜ, ନାରାୟଣ ସାହୁ, ମିଥୁନ୍ ମହାନ୍ତି, ଆଶିଷ୍ ମିଶ୍ର, ପବିତ୍ର ଜେନା, ରୋଶନ୍ ନାହାକ, ସିଲୁ ବେହେରା, ଶ୍ରୀତମ୍ ମହାନ୍ତି, ଚନ୍ଦନ ବେହେରା, ଆଦିତ୍ୟ ନାୟକ, କ୍ରୀଡା ପ୍ରଶିକ୍ଷକ ଅନିଲ୍ କୁମାର ସ୍ୱାଇଁ, ଲକ୍ଷ୍ମୀ ନାରାୟଣ ରେଡି, କାର୍ତ୍ତିକ ପଟ୍ଟନାୟକଙ୍କ ସମେତ ବହୁ କ୍ରୀଡାପ୍ରେମୀ, କ୍ରୀଡାବିତ୍ ସକ୍ରିୟ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଇଛି ।


