ଭରତପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଜାଆସ ବୈଠକକୁ ଆସୁନାହାନ୍ତି ସରପଞ୍ଚ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବାଲିଆ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଭରତପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଜନ ଆରୋଗ୍ୟ ସମିତି(ଜାଆସ) ବୈଠକକୁ ସରପଞ୍ଚ ଆସୁନଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ତୃପ୍ତିମୟୀ ମୁଦୁଲି ସରପଞ୍ଚଙ୍କୁ ଜାଆସ ବୈଠକରେ ଯୋଗଦେବାକୁ ବାରମ୍ବାର ନୋଟିସ କରୁଥିଲେ ମଧ୍ୟ ସେ ବୈଠକରେ ଅନୁପସ୍ଥିତ ରହୁଛନ୍ତି। ଏଥିସହିତ ଏହି ସମିତିର ବିଭିନ୍ନ ଖର୍ଚ୍ଚ ପାଇଁ ଆସୁଥିବା ସରକାରୀ ଅନୁଦାନର ବିନିଯୋଗରେ ଏହା ବାଧକ ସାଜିଛି। ସରପଞ୍ଚ ଏହି ସମିତିର ବୈଠକକୁ ଆସୁନଥିବା ବେଳେ ଖର୍ଚ୍ଚ ପାଇଁ ଉଦ୍ଦିଷ୍ଟ ଚେକରେ ସ୍ୱାକ୍ଷର କରୁନଥିବା ମଧ୍ୟ ଅଭିଯୋଗ ହୋଇଛି। ଏମ୍ପର୍କରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଉଭୟ ଇନ୍ଦୁପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କୁ ଜଣାଇବା ପରେ ସେମାନେ ମଧ୍ୟ ଏସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ବୈଠକରେ ଅବଗତ କରାଇଛନ୍ତି। ମାର୍ଚ୍ଚମାସ ଶେଷ ହେବାକୁ ଯାଉଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷର ସରକାରୀ ଅନୁଦାନ ଖର୍ଚ୍ଚ ହେବାରେ ଏହି ଘଟଣା ବାଧକ ସାଜିଛି। ଫଳରେ ଭରତପୁର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଚଳ ହେବାକୁ ବସିଛି। ତୁରନ୍ତ ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଭରତପୁର ପଞ୍ଚାୟତବାସୀ ଦାବି କରିଛନ୍ତି। ଏସମ୍ପର୍କରେ ଭରତପୁର ପଞ୍ଚାୟତ ସରପଞ୍ଚନିଳାମ୍ବର ମଲ୍ଲିକଙ୍କୁ ଯୋଗାଯୋଗ କରାଯାଇଥିଲେବି ତାହା ସମ୍ଭବ ହୋଇପାରିନାହିଁ। ବାଲିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.ଖଗେଶ୍ୱର ନାୟକ କହିଛନ୍ତି ଯେ ସେ ଏବାବଦରେ ଭରତପୁର ସରପଞ୍ଚଙ୍କୁ ବୁଝାଇଥିଲେବି କୈାଣସି ଫଳପ୍ରଦ ନହେବାରୁ ଏସମ୍ପର୍କରେ ସିଡିଏମଓ ଏବଂ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ