ଆସିକା ଓକିଲ ସଂଘର ନିର୍ବାଚନ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ଆଇନଜୀବୀ ପରିଷଦର ପରାମର୍ଶକ୍ରମେ ଆସିକା ଓକିଲ ସଂଘର ୨୦୨୬-୨୭ ବର୍ଷ ସକାଶେ ନୂତନ କର୍ମକର୍ତ୍ତାଙ୍କ ନିର୍ବାଚନ ଶନିବାର ପୂର୍ବାହ୍ନ ସାଢେ ୭ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକାରେ ଶେଷ ହେବା ପରେ ଭୋଟ ଗଣତି କରାଯାଇ ଫଳାଫଳ ଆନୁଷ୍ଟାନିକ ଭାବେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ କାଳିଚରଣ ଦାଶ ଓ ସହଯୋଗୀ ନିର୍ବାଚନ ଅଧିକାରୀ ଦେବରାଜ ମିଶ୍ର ଘୋଷଣା କରିଛନ୍ତି। ଆସିକା ଓକିଲ ସଂଘର ସଭାପତି ରୂପେ ବରିଷ୍ଟ ଆଇନଜୀବୀ ଛବିଳରାମ ମିଶ୍ର, ଉପସଭାପତି ରୂପେ ବରିଷ୍ଠ ଆଇନଜୀବୀ ଜି.ସୂର୍ଯ୍ୟପ୍ରକାଶ ରାଓ, ସଂପାଦକ ରୂପେ ବରିଷ୍ଠ ଆଇନଜୀବୀ ଚିତ୍ତରଂଜନ ଦାଶ ନିର୍ବାଚିତ ହୋଇଥିବା ଜଣାପଡିଛି। ଆସିକା ଓକିଲ ସଂଘର ସମୂଦାୟ ୧୬୪ ଜଣ ସଦସ୍ୟଙ୍କ ମଧ୍ୟରୁ ଶନିବାର ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ୧୪୫ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଆସିକା ଓକିଲ ସଂଘର ଯୁଗ୍ମ ସଂପାଦକ ରୂପେ ପୂର୍ବରୁ ଅପ୍ରତିଦ୍ୱନ୍ଦୀ ଥିବା ଅଜିତ୍ କୁମାର ମୁନି ଏବଂ କୋଷାଧ୍ୟକ୍ଷ ରୂପେ ରାଘବ କୁମାର ନାହାକ ଏବଂ ଲାଇବ୍ରେରୀ ସଂପାଦକ ରୂପେ ସିମାଞ୍ଚଳ ସେଠୀଙ୍କୁ ଆନୁଷ୍ଠାନିକ ଭାବେ ନିର୍ବାଚିତ ଘୋଷଣା କରାଯାଇଥିବା ଜଣାପଡିଛି । ଆସିକା ଓକିଲସଂଘର ୨୦୨୬-୨୭ ବର୍ଷ ସକାଶେ ନୂତନ କର୍ମକର୍ତ୍ତାଙ୍କ ନାମ ଶନିବାର ଅପରାହ୍ନରେ ଆନୁଷ୍ଟାନିକ ଭାବେ ଘୋଷଣା ହେବା ପରେ ବିଜୟୀ ପ୍ରାର୍ଥୀଙ୍କୁ ପୁଷ୍ପମାଲ୍ୟ ଓ ଫୁଲତୋଡା ଦେଇ ସମର୍ଥକ ଓ ଶୁଭେଚ୍ଛୁ ମାନେ ଅଭିନନ୍ଦନ ଜ୍ଞାପନ କରିଥିଲେ । ଆସିକା ଓକିଲ ସଂଘର ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ସୁରେନ୍ଦ୍ରନାଥ ପଣ୍ଡା, ପି. ଶିବଶଙ୍କର ପାତ୍ର, ଇ. ଅନନ୍ତ ଶୟନମ୍, ପ୍ରସନ୍ନ କୁମାର ବିଷୋୟୀ, ବିଦେଶୀ ନାହାକ, ପ୍ରଭାତ କୁମାର ପାଢୀ, ସରୋଜ କୁମାର ତ୍ରିପାଠୀ, ମହେନ୍ଦ୍ର କୁମାର ସ୍ୱାଇଁ, ଶରତେନ୍ଦୁ ପଣ୍ଡା, ସନ୍ତୋଷ କୁମାର ପାଣିଗ୍ରାହୀ, ଶିବଶଙ୍କର ମହାନ୍ତି, ନାରାୟଣ ବେହେରା, ସୁଧାଂଶୁ କୁମାର ପାଣିଗ୍ରାହୀ, ମହେଶ୍ୱର ବେହେରା, ଶରତଚନ୍ଦ୍ର ପାଢୀ, ପୁର୍ଣ୍ଣଚନ୍ଦ୍ର ନାୟକ, ପି.ଚନ୍ଦ୍ରଶେଖର ପାତ୍ର, କାଳୀଚରଣ ଦାସ, ଜୟଚନ୍ଦ୍ର ନାୟକ, ନାରାୟଣ ମୁନି, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ନାରାୟଣ ବେହେରା, ଅଜିତ କୁମାର ନାୟକ, ରାଜେନ୍ଦ୍ର ପାତ୍ର, ପ୍ରିୟାଂଶୁ ଶେଖର ପରିଡା, ହର୍ଷରଞ୍ଜନ ପାଢୀ, ଚିନା ରେଡି, ତନ୍ମୟ ଚୌଧୁରୀ, ଅଜିତ ପଟ୍ଟନାୟକ, ଭି.ଖୋଖନ୍ ରାଓ, ଲଳିତ ମୋହନ ଦାଶ, ରୁଦ୍ର ପାଣିଗ୍ରାହୀ, ପ୍ରଶାନ୍ତ କୁମାର ଚର୍ଚ୍ଚି, ସଂଜୟ କୁମାର ପାତ୍ର, ଦ୍ୱାରିକାନାଥ ପରିଡା, ନିଳାମ୍ବର ବେହେରା, ଜିତେନ୍ଦ୍ର କୁମାର ସ୍ୱାଇଁ, ମହେନ୍ଦ୍ର କୁମାର ସ୍ୱାଇଁ, କେ.ବ୍ରହ୍ନାନନ୍ଦ ରାଓ, ଶରତେନ୍ଦୁ ପଣ୍ଡା, ମାନସ ରଂଜନ ଗୌଡ, ମାନସପୂର୍ଣ୍ଣ ଆଚାର୍ଯ୍ୟ, ରାଜେଶ୍ କୁମାର ପାତ୍ର, ଅମର କୁମାର ବିଶ୍ୱାଳ, ବିଧାନ ଚନ୍ଦ୍ର ସ୍ୱାଇଁ, ଏନ୍.ଯଜେ୍ଞଶ୍ୱର ଆଚାରୀଙ୍କ ସମେତ ବହୁ ଆଇନଜୀବୀ ଅଭିନନ୍ଦନ ଜଣାଇଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ଏକବର୍ଷ ପାଇଁ ଆସିକା ଓକିଲ ସଂଘର ସଭାପତି ରୂପେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର, ଉପସଭାପତି ରୂପେ ନିର୍ବାଚିତ ହୋଇଥିବା ଜି.ସୂର୍ଯ୍ୟପ୍ରକାଶ ରାଓ, ସମ୍ପାଦକ ରୂପେ ନିର୍ବାଚିତ ହୋଇଥିବା ଚିତ୍ତରଂଜନ ଦାଶ, ଯୁଗ୍ମ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିବା ଅଜିତ୍ କୁମାର ମୁନି, କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିବା ରାଘବ କୁମାର ନାହାକ, ଲାଇବ୍ରେରୀ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିବା ସିମାଞ୍ଚଳ ସେଠୀ ଏହି ବିଜୟ ସଫଳତାର ଶ୍ରେୟ ଓକିଲ ସଂଘର ସଦସ୍ୟ ମାନଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ଆସିକା ଓକିଲ ସଂଘର ନୂତନ ସଭାପତି ରୂପେ ନିର୍ବାଚିତ ହୋଇଥିବା ବରିଷ୍ଠ ଆଇନଜୀବୀ ଛବିଳରାମ ମିଶ୍ର କହିଛନ୍ତି ଯେ ସମସ୍ତଙ୍କ ସହଯୋଗରେ ଆସିକାକୁ ରାଜସ୍ୱ ଉପଖଣ୍ଡର ମାନ୍ୟତା ପ୍ରଦାନ, ହାଇଟେକ୍ ସର୍ଭେ ମାଧ୍ୟମରେ ଆସିକା ସହରବାସୀଙ୍କୁ ଘରବାରି ପଟା ପ୍ରଦାନ, ବୈଷୟିକ ଶିକ୍ଷାର ବିକାଶ ଲାଗି ଆସିକାରେ ସରକାରୀ ଆଇଟିଆଇ ସ୍ଥାପନ, ଆସିକାକୁ ଋଷିକୂଲ୍ୟା ଜିଲ୍ଲାର ମାନ୍ୟତା ପ୍ରଦାନ, ଆସିକା ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିଭୂମୀକୁ ସୁଦୃଢ କରିବା ସହ ଖାଲିପଡିଥିବା ଡାକ୍ତର ଓ ଅନ୍ୟାନ୍ୟ ପଦପଦବୀ ପୂରଣ, ଆସିକା ସଂସଦୀୟ କ୍ଷେତ୍ର ମଧ୍ୟରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ, ଆସିକାର ବିଭିନ୍ନ କଲେଜରେ ଖାଲିପଡିଥିବା ଅଧ୍ୟାପକ ପଦବୀ ପୂରଣ ଦିଗରେ ପ୍ରୟାସ କରିବେ । ଆସିକା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ପାଠ ଉତ୍ସବ ଅତିଶୀଘ୍ର ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀ କାଳୀ ଚରଣ ଦାସ ଓ ସହଯୋଗୀ ନିର୍ବାଚନ ଅଧିକାରୀ ଦେବରାଜ ମିଶ୍ର ପ୍ରକାଶ କରିଛନ୍ତି।


