ପ୍ରଭାତ ବିଶ୍ବାଳଙ୍କ ପ୍ରତି ଲେଖାଶ୍ରୀଙ୍କ ଆଶାଳୀନ ମନ୍ତବ୍ୟ ପଡିଲା ମହଙ୍ଗା: ସାତଦିନ ମଧ୍ୟରେ କ୍ଷମା ପ୍ରାର୍ଥନା ନକଲେ, ଘର ସମ୍ମୁଖରେ ପ୍ରତିବାଦ

କଟକ, : ବିଜେଡି ସଭାପତି ନବୀନ ପଟନାୟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ବିଶ୍ଵାଳଙ୍କୁ ବହିଷ୍କାର କରିଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହାକୁ ନେଇ ବିଜେଡି ଶିବିରରେ ବଡ କମ୍ପନ ସୃଷ୍ଟି ହୋଇଛି । ଏହି ଲୋକପ୍ରିୟତାରେ ଅଙ୍କୁଶ ଲଗାଇବା ପାଇଁ ବିଜେଡି ବିଭିନ୍ନ ପ୍ରକାରର ରାଜନୈତିକ ରଣକୌଶଳ ଆପଣେଇଛି । ଯାହା ରାଜ୍ୟ ରାଜନିତୀକୁ ସରଗରମ କରିପକାଇଛି । ଗତ କିଛିଦିନ ତଳେ ବିଜେଡି ରାଜ୍ୟ ଉପ-ସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସଂସ୍କୃତି ଓ କଳା ପରିଷଦର ମୁଖ୍ୟ ପୃଷ୍ଠପୋଷକ ଡଃ ପ୍ରଭାତ ରଂଜନ ବିଶ୍ବାଳଙ୍କ ପ୍ରତି ଦେଇଥ‌ିବା ଆଶାଳୀନ ମନ୍ତବ୍ୟ ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି । ଯାହାକୁ ନେଇ ରାଜ୍ୟର ୩୦ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତନ ମଣ୍ଡଳୀ ଓ କଳାକାର ମାନଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରାଯାଇଛି । ଏହି ଅବସରରେ ଆଜି କଟକ ଗ୍ରାମାଂଚଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂସ୍କୃତି ଓ କଳା ପରିଷଦର ଜିଲ୍ଲା ସଭାପତି ଶ୍ୟାମ କୁମାର ନାୟାରଙ୍କ ନେତୃତ୍ବରେ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା କରାଯାଇ ଲେଖାଶ୍ରୀଙ୍କ ନାଟକ ଆଉ ବେଶୀଦିନ ଚାଲିବ ନାହିଁ । ସଂକ୍ରୀତନ ମଣ୍ଡଳୀଙ୍କ ଟଙ୍କା ଯଦି ପ୍ରଭାତ ବିଶ୍ବାଳ ଖାଇଛନ୍ତି, ତାହାଲେ ତାହର ପ୍ରମାଣ ଦିଅନ୍ତୁ ନଚେତ ସେ ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହ ସାତ ଦିନ ମଧ୍ୟରେ କ୍ଷମା ପ୍ରାର୍ଥନା କରନ୍ତୁ । ଯଦି ସେ କ୍ଷମା ପ୍ରାର୍ଥନା ନକରନ୍ତି ତାହାଲେ ଲେଖାଶ୍ରୀଙ୍କ ଘର ସମ୍ମୁଖରେ ୩୦ଗୋଟି ଜିଲ୍ଲାର ସଂକ୍ରୀତନ ମଣ୍ଡଳୀ ଓ କଳାକାର ସଂଘ ପକ୍ଷରୁ ପ୍ରତିବାଦ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏହି ପ୍ରତିବାଦ ସଭାରେ ରାଜ୍ୟ ସଂସ୍କୃତି କଳା ପରିଷଦର ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, କଳାସଂସ୍କୃତି ବିଭାଗର ଶିକ୍ଷାବିତ ସ୍ନେହାଶିଷ ସିହ୍ନା, ସଂଗଠନ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ସଂଯୋଜକ ମିଟୁ ମିଥୁନ, ସଦସ୍ୟ ବନ୍ଦିତା ନାୟାର, ଅମ୍ରିତ କୁମାର ସାହୁ ଏବଂ ସ୍ମୃତି ପ୍ରକାଶ ସାହୁଙ୍କ ସମେତ ଶତାଧିକ କଳାକାର ମାନେ ଏହି ପ୍ରତିବାଦରେ ସାମିଲ ହୋଇ ଲେଖାଶ୍ରୀଙ୍କ ପ୍ରତି କଟୁ ସମାଲୋଚନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ