ଓକିଲ ସଂଘ ନିର୍ବାଚନ ବୀଜି ରାୟ ଜେନାଦେଓ ସଭାପତି ଭାବେ ନିର୍ବାଚିତ

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ଓକିଲ ସଂଘର ବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଅଧିକାରୀ ସଶାନନ୍ଦ ମିଶ୍ର ଜଣାଇଛନ୍ତି ଯେ ଏହି ନିର୍ବାଚନରେ ବୀଜି ରାୟ ଜେନାଦେଓ ସଭାପତି, ସହଦେବ ପଟ୍ଟନାୟକ ସଂପାଦକ, ଭି. ରାମାନୁଜ ପ୍ରସାଦ କୋଷାଧ୍ୟକ୍ଷ, ଶରତ ମାଝୀ ଉପସଭାପତି ଏବଂ ଭୋଳାନାଥ ପଟ୍ଟନାୟକ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି, ସଂପାଦକ ଓ ଉପସଭାପତି ପଦ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିବା ବେଳେ ମହିଳା ସଂରକ୍ଷିତ ଆସନଗୁଡ଼ିକରେ ସହାୟକ ସଚିବ ପଦରେ ପୁଷ୍ପାଞ୍ଜଳି ସାହୁ, ଲାଇବ୍ରେରି ସହାୟକ ସଚିବ ପଦରେ ଭାନୁମତୀ ପୁଜାରୀ ଏବଂ କାର୍ଯ୍ୟକାରିଣୀ ସଭ୍ୟ ପଦରେ ସସ୍ମିତା ଦଣ୍ଡସେନା ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚିତ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଆଗାମୀ ଦିନରେ ସଂଘର କାର୍ଯ୍ୟ ସହ ସାମାଜିକ ଦାୟିତ୍ବ ପ୍ରତି ସଚେତନ ଭାବେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ଦେଇଛନ୍ତି।ଏହି ନିର୍ବାଚନ ପରିଚାଳନାରେ ଗଙ୍ଗାଧର ନାୟକ, ରବିନ୍ଦ୍ର ପଣ୍ଡା, ଦିନେଶ ନନ୍ଦ ଓ ଲାଲ୍ ମୋହନ ଷଡ଼ଙ୍ଗୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ