ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆର.ଆଇ

କଟକ, (ଓ୍ବାଇଏନଏସ): ମ୍ୟୁଟେସନ୍ ମାମଲାରେ ଜମି ପରିବର୍ତ୍ତନ ସଂପର୍କିତ ଏକ ଅନୁକୂଳ ରିପୋର୍ଟ ପ୍ରଦାନ କରିବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ କଟକଜିଲ୍ଲା ଚୌଦ୍ୱାର ତହସିଲ ଅଧୀନ ମଙ୍ଗରାଜପୁରର ରାଜସ୍ୱ ନିରୀକ୍ଷକ ରାଜାରାମ ବାନ୍ଦ୍ରା ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ବାନ୍ଦ୍ରା ଜଣେ ଜମି ମାଲିକଙ୍କ ଠାରୁ ତାଙ୍କ ପତିତ ଜମିକୁ ହୋମଷ୍ଟେଡ୍ ଜମିରେ ପରିବର୍ତ୍ତନ କରିବା ପାଇଁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ଦାବି କରିଥିବା ଟଙ୍କା ଆଜି ଗ୍ରହଣ କରୁଥିବା ଭିଜିଲାନ୍ସ ବିଭାଗ ଅତର୍କିତ ଚଢ଼ଉ କରିଥିଲା। ଭିଜିଲାନ୍ସ ବିଭାଗର ସୂଚନା ଅନୁସାରେ ଜମି ମାଲିକ ଗତ ୧୦ ତାରିଖ ଦିନ ରାଜସ୍ବ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଅନ୍‌ଲାଇନରେ ଏକ ଆବେଦନ କରିଥିଲେ। କିନ୍ତୁ ଅଭିଯୁକ୍ତ ଆରଆଇ ଶ୍ରୀ ବାନ୍ଦ୍ରା ଜମି ମାଲିକଙ୍କ ସହିତ ଯୋଗାଯୋଗ କରି ତାଙ୍କୁ ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ଆସିବାକୁ କହିଥିଲେ। ଶ୍ରୀ ବାନ୍ଦ୍ରା ଜମି ମାଲିକଙ୍କୁ କହିଥିଲେ, ଯଦି ତାଙ୍କୁ ୩୦,୦୦୦ ଟଙ୍କା ଲାଞ୍ଚ ନଦିଆଯାଏ, ତେବେ ସେ ତାଙ୍କ ଦ୍ୱାରା ଦାୟର କରାଯାଇଥିବା ମ୍ୟୁଟେସନ୍ ମାମଲାରେ ଅନୁକୂଳ ରିପୋର୍ଟ ପ୍ରଦାନ କରିପାରିବେ ନାହିଁ। ଶ୍ରୀ ବାନ୍ଦ୍ରାଙ୍କ ଏହି କଥା ଜମି ମାଲିକଙ୍କୁ ବିରକ୍ତ କରିଥିଲା। ସେ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ସବୁ କଥା ଅବଗତ କରିଥିଲେ। ପୂର୍ବ ଯୋଜନା ଅନୁସାରେ ଆଜି ଭିଜିଲାନ୍ସର ଏକ ଟିମ୍ ଶ୍ରୀ ବାନ୍ଦ୍ରାଙ୍କ କାର୍ଯ୍ୟାଳୟରେ ଜମି ମାଲିକଙ୍କଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅତର୍କିତ ଚଢ଼ଉ କରିଥିଲା। ଅଭିଯୁକ୍ତ ଶ୍ରୀ ବାନ୍ଦ୍ରାଙ୍କ କବଜାରୁ ଲାଞ୍ଚର ୩୦,୦୦୦ ଟଙ୍କା ଉଦ୍ଧାର କରାଯାଇ ଜବତ କରାଯାଇଛି। ଡିଏ ମାମଲା ଦୃଷ୍ଟିକୋଣରୁ ଶ୍ରୀ ବାନ୍ଦ୍ରାଙ୍କ ଦୁଇଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ