ବିଧାୟକ ପାଣ୍ଠି ଟଙ୍କାକୁ ଚିଠା ମାଧ୍ୟମରେ ହରିଲୁଟ ପାଇଁ ଉଦ୍ୟମ

କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ପୁରୀ ଜିଲ୍ଲା କାକଟପୁର ଗ୍ରାମ୍ୟ ଉନୟନ ବିଭାଗରେ ଆର୍ଥିକ ବର୍ଷ ସରିଲେ ମଧ୍ୟ କାର୍ଯ୍ୟ ସରିଲା ନାହିଁ। ଅସ୍ତରଙ୍ଗ ବ୍ଲକ ଅଧୀନ ବିଭିନ୍ନ ସ୍ଥାନରେ ବିଧାୟକ ପାଣ୍ଠି ରୁ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟ ସଠିକ ହୋଇନାହିଁ। ସବୁଠୁ ବଡ଼ କଥା ଚଳିତ ବର୍ଷ କାକଟପୁର ନିର୍ବାଚନ ମଣ୍ଡଳୀ ରେ ବିଧାୟକ ପାଣ୍ଠି ଟଙ୍କାକୁ ଶାସକ ଦଳର କୁଜି ନେତା, ନିଜ ଦଳୀୟ କର୍ମୀଙ୍କୁ ଚିଠା ଆକାର ରେ କାମ ବଣ୍ଟନ କରିଛନ୍ତି। ରାସ୍ତା ମରାମତି, ନିର୍ମାଣ ପାଇଁ ଯେତିକି ଟଙ୍କା ଦିଆଯାଇଛି ତାର ଚାରୀ ଭାଗରୁ ଭାଗେ ଖର୍ଚ୍ଚ ହେଉନଥିବା ପରିଲିକ୍ଷିତ ହୋଇଛି। ମାର୍ଚ୍ଚ ମାସ ରେ ଅସ୍ତରଙ୍ଗ ବ୍ଲକ ସିଦ୍ଧିପୁର ରୁ ବେଳଙ୍ଗ ରାସ୍ତା ସଂଯୋଗ କରୁଥିବା ବେଳଙ୍ଗ ନିକଟରେ ଥିବା ବାବା ଶ୍ରୀ ଶଙ୍କର ଦାସ ଅଲେଖ ମହିମା ମଠ ନିକଟରେ ହୋଇଥିବା ଫେଭର କବ ଇଟା, ନିମ୍ନ ମାନର କାର୍ଯ୍ୟ ହୋଇଥିବା ବେଳେ କାମ ସମ୍ପୂର୍ଣ୍ଣ ଶେଷ ହୋଇପାରିନାହିଁ। କିନ୍ତୁ ଆର୍ଥିକ ବର୍ଷ ସରିଯାଇଛି। ଉକ୍ତ ଠିକାଦାର ନିଜ ମନମାନୀରେ କାର୍ଯ୍ୟ କରୁଥିବା ବେଳେ ଫେବର କବ ଇଟା ବିଛାଇଲା ବେଳେ ଗାଇଡି ଲାଇନି ଅନୁଯାୟୀ ପାଣି ସ୍ପ୍ରେ, ଭାଇବ୍ରେଟ କୌଣସି କାର୍ଯ୍ୟ ହେଉ ନାହିଁ। ତାହା ସହ ଲକର କାର୍ଯ୍ୟ ମଧ୍ୟ ନିମ୍ନ ମାନର। ଏଥିରେ ବ୍ୟବହୃତ ଫେବର କବ ଇଟା ସମ୍ପୂର୍ଣ୍ଣ ନିମ୍ନ ଧରଣର। ଯାହା ଉଚ୍ଚ ସ୍ତରୀୟ ଅଧିକାରିଣୀ, ଅଧିକାରୀ ଘଟଣା ସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଦେଖିଲେ ସ୍ପଷ୍ଟ ଜାଣିପାରିବେ ସରକାରୀ ଟଙ୍କା କୁ ହରିଲୁଟ କରିବାକୁ କିପରି ଭାବେ ମସୁଧା କରିଛନ୍ତି ଉକ୍ତ ଠିକାଦାର। ରାସ୍ତା କାମ ସିଡବ୍ଲୁଏ (ନିର୍ବାଚନ ମଣ୍ଡଳୀ ଅନୁଦାନ )ଅର୍ଥରେ କରାଯାଉଛି। ତେବେ ଟେଣ୍ଡର ନ କରି ନେତା ଙ୍କ ଚିଠାରେ କର୍ମୀଙ୍କୁ କାମ ବାଣ୍ଟି ଦିଆଯାଇଥିବା ଏବଂ ରାସ୍ତାରେ ଏଷ୍ଟିମେଟ ଅନୁଯାୟୀ କାମ ନକରି ଲୋକଦେଖାଣିଆ ବିଲ ଉଠାଇବାକୁ ମସୁଧା କରିଛନ୍ତି ଠିକାଦାର। କେବଳ ଠିକାଦାର ପୋଷା ନୀତି ଆପଣାଇବା ପାଇଁ ଏହି ପ୍ରୟାସ। ଏହା ସହ ନିଜ ନାମ ଗୋପନ ରଖି ସମାଜସେବୀ” ଏକ୍ସ “ମାଧ୍ୟ୍ୟମରେ ଅଭିଯୋଗ ସହ ଉକ୍ତ କାର୍ଯ୍ୟକୁ ସଠିକ ତଦନ୍ତ କରିବାକୁ ଏକ ପିଟିସନ ଦାଖଲ କରିଛନ୍ତି। ଅନ୍ୟ ପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଶିଶୁଅ ହରିଶହଦେବ ପୀଠ ରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଫେବର କବ ଇଟା କାର୍ଯ୍ୟ ମଧ୍ୟ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଏ ସମ୍ପର୍କରେ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ମୌସୁମୀ ମିଶ୍ର କହିଛନ୍ତି ଉପରୋକ୍ତ ଦ୍ବୟ କାର୍ଯ୍ୟ ପାଇଁ ଶେଷ ବିଲ ହୋଇନାହିଁ। ସ୍ଥାନୀୟ ବାସିନ୍ଧା ଦାବୀ କରିଛନ୍ତି ଉକ୍ତ ଫେବର କବ ଇଟା ପକାଇବା କାର୍ଯ୍ୟ ସଠିକ ତଦନ୍ତ କରିବାକୁ ସାଧାରଣ ଦାବୀ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ