କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶିକ୍ଷୟିତ୍ରୀଙ୍କୁ ପେନସନ ପ୍ରଦାନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅବସରଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ପେନସନ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମଣ୍ଡଳଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ ବିରସ୍ୱତୀ ଉନ୍ନିତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମିନତୀ କୁମାରୀ ବିଶ୍ୱାଳଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ପେନସନ ମଞ୍ଜୁରୀପତ୍ର ପ୍ରଦାନକରି ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଥିସହିତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀ ମନ୍ତ୍ରୀଙ୍କ ସମେତ ଏ.ବି.ଇ.ଓ. ବଳଦେବ ପ୍ରସାଦ ଜେନା ଓ ଏ.ବି.ଇ.ଓ. ରଞ୍ଜନ କୁମାର ରାଉତରାୟ ପ୍ରମୁଖ ଆଦର୍ଶ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବିଶ୍ୱାଳଙ୍କ କର୍ମନିଷ୍ଠା, କର୍ତ୍ତବ୍ୟ ପରାୟଣତା, ସମୟାନୁବର୍ତ୍ତିତା ଓ ସମସ୍ତଙ୍କୁ ଆପଣାରକରି କର୍ମକ୍ଷେତ୍ରରେ ଦାୟିତ୍ୱ ସମ୍ପାଦନ କରିବା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଏଥିସହିତ ବୁଢିବିଳାଶୁଣୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଓ ତଳବାରଙ୍ଗ ପ୍ରକଳ୍ପ ୟୁଜିୟୁପି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଳା ମହାପାତ୍ରଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସହ ପେନସନ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଇଓଙ୍କ କାର୍ଯ୍ୟାଳୟର ଏସଓ ବିଜ୍ଞାନ କିଶୋର ମିଶ୍ର, ଷ୍ଟାଫ ନବକିଶୋର ଦାସ, ସୂର୍ଯ୍ୟ ବିଶ୍ୱାଳ, ପ୍ରମୋଦ କୁମାର ମଲ୍ଲ ଓ ସୁଜିତ କୁମାର ରାଉତଙ୍କ ସମେତ ଶିକ୍ଷକ ଦୀପକ କୁମାର ବେହେରା, ଅଶୋକ କୁମାର ସାହୁ, ସେକ ଆୟାସୁଦ୍ଦିନ, ସେକ ଫାୟାଜୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।


