ଛାତ୍ରୀକୁ କମେଟ ମାରିବା ସହ ଆଶ୍ଳୀଳ ଆଚରଣ କରି ଯୁବକ ଗିରଫ
ହାଟଡିହି (ଓ୍ବାଇଏନଏସ) : ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ କମେଟ ମାରିବା ସହ ଆଶ୍ଳୀଳ ଆଚରଣ କରି ଅଭିଯୋଗରେ ନନ୍ଦିପଦା ପୋଲିସ ନାସିରପୁର ଗ୍ରାମର ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାଇ ନସିରପୁର ଗ୍ରାମର ନରେନ୍ଦ୍ର ଜେନାଙ୍କ ପୁଅ ସିପୁନି ଜେନା (୨୨) ବିବାହିତ ହୋଇଥିବା ବେଳେ ଗତ କିଛିଦିନ ତଳେ ଷଡ଼ଙ୍ଗ ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ସ୍କୁଲ ଯାଉଥିବା ସମୟରେ ଛାତ୍ରୀଙ୍କୁ ଏକୁଟିଆ ପାଇ କମେଟ ମାରିବା ସହ ମନ୍ଦ ଉଦେଶ୍ୟ ରଖି ଆଶ୍ଳୀଳ ଆଚରଣ କରିଥିଲା। ଛାତ୍ରୀ ଜଣଙ୍କ ଏନେଇ ଘରେ ନିଜର ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀର ବାପା ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ନନ୍ଦିପଦା ପୋଲିସ ଥାନା କେସ ନଂ -୩୩/ ୨୦୨୬ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଆଜି ଅଭିଯୁକ୍ତ ସିପୁନି ଜେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି।


