ବିଜୁ ଯୁବ-ଛାତ୍ର ଜନତା ଦଳ ତରଫରୁ ନିଶିକାନ୍ତ ଦୁବେଙ୍କ କୁଶପୁତଳିକା ଦାହ
ବାଲେଶ୍ବର(ସରୋଜ ପଣ୍ଡା) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମିଥ୍ୟା ଓ ଅପମାନଜନକ ମନ୍ତବ୍ୟକୁ ବାଲେଶ୍ବର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏହି ହୀନ ମାନସିକତାର ପ୍ରତିବାଦରେ ଆଜି ବାଲେଶ୍ବର ଫାଣ୍ଡିଛକ ଠାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ ଏବଂ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସମ୍ପାଦକ ବିଭୁଦତ୍ତ ପରିଡାଙ୍କ ନେତୃତ୍ୱରେ ବିଜେପି ସାଂସଦଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।
ବିଜୁ ବାବୁ କେବଳ ଜଣେ ନେତା ନୁହଁନ୍ତି, ସେ ପ୍ରତିଟି ଓଡ଼ିଆଙ୍କ ଆବେଗ। ତାଙ୍କ ପ୍ରତି କରାଯାଇଥିବା ଏଭଳି ଦାୟିତ୍ୱହୀନ ଟିପ୍ପଣୀକୁ କୌଣସି ବି ଓଡ଼ିଆ ବରଦାସ୍ତ କରିବେ ନାହିଁ ବୋଲି ଯୁବ-ଛାତ୍ର ଜନତା ଦଳ କୁହାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ,ସ୍ବରୂପ କୁମାର ଦାସ,ସୁକାନ୍ତ ନାୟକ,ସୁଧାଂଶୁ ଶେଖର ପରିଡା,ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଗରିଶ ଚନ୍ଦ୍ର ଦାଶ,ରାଜ୍ୟ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ,ଉପ ସଭାପତି ତାପସ ପାଣିଗ୍ରାହୀ, ବରିଷ୍ଠ ନେତା ରଂଜନ ବାଗ,ମୁନିସିପାଲିଟି ଉପାଧ୍ୟକ୍ଷ କୈଳାସ ସୈଠୀ,ଟାଉନ ବିଜେଡି ସଭାପତି ମନୋଜ ରାଉତ,ସଦର ବ୍ଲକ ସଭାପତି ବସନ୍ତ ପଣ୍ଡା,ପୂର୍ବତନ ଫକୀର ମୋହନ କଲେଜ ସଭାପତି ହରେକୃଷ୍ଣ ପ୍ରଧାନ,ସୌଭାଗ୍ୟ ଖୁଣ୍ଟିଆ,ବିକାଶ ବେହେରା,ତପନ ଦାସ,କାଉନସିଲର କବିତା ମୃମୁ,ସକିର ଖାନ,ସେକ ଅନସର,ସଂଜୟ ବେହେରା,ମୀନା ମହାନ୍ତି,ଭରତ ଭୂଷଣ ଦାସ,କାର୍ତିକ ସାହୁ,ଅତୁଲ ଶତପଥୀ,ଦେବାଶିଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।


