ବ୍ରହ୍ମାକୁମାରୀ ପାଠଶାଳାର ବାର୍ଷିକ ଉତ୍ସବ
ବରୀ,(ଚୈତନ୍ୟ ଜେନା) : ଇନ୍ଦାରୋଇ ଠାରେ ଥିବା ବ୍ରହ୍ମାକୁମାରୀ ପାଠଶାଳାର ୧୫ ତମ ବାର୍ଷିକ ଉତ୍ସବ ଓ ଦୟା କରୁଣା ସଶକ୍ତି କରଣ ଶୀର୍ଷକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଅଛି।ଯାଜପୁର ଶାଖା ପରିଚାଳିକା ରାଜ ଯୋଗିନୀ ବିକେ ଭାବନା ଭଉଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କେଉଁଝର ଶାଖା ରାଜଯୋଗିନୀ ବିକେ ବିନ୍ଦୁ ଓ ପ୍ରତିଭା ଭଉଣୀ, ଯାଜପୁର ରୋଡ଼ରୁ ବିକେ ସୂଚିତ୍ରା, ବଡ଼ଚଣା ଶାଖାର ବିକେ ମାନସୀ, କଟକ ଶାଖାର ବିକେ ରମଣୀକାନ୍ତ ପ୍ରମୁଖ ମଞ୍ଚାସୀନ ରହି ଏହି ଆତ୍ମ ସଶକ୍ତି ୧୫ ବର୍ଷର ଗାଥା ବିଷୟରେ ଆଲୋକପତ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକର୍ମ ସହ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସାମ୍ୱାଦିକ ସୁରେଶ କର, ପ୍ରଶାନ୍ତ ଦ୍ୱିବେଦୀ, ସ୍ନେହାଶୁ ମହାନ୍ତି ଏବଂ ଚୈତନ୍ୟ ଜେନାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ଅନୁଷ୍ଠାନ ଝଣ୍ଡା ଉତ୍ତୋଳନ କରାଯାଇ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେବା ପାଇଁ ସାମୂହିକ ପ୍ରାର୍ଥନା କରାଯାଇଥଲା। ଅନୁଷ୍ଠାନର ସଂଯୋଜକ ବିକେ ପ୍ରଫୁଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ।


