ବାପା,ମା ଙ୍କ ପ୍ରେରଣା ପାଈଁ ସଫଳତାରେ ପହଞ୍ଚିଲି : ସିଗ୍ଧାମୟୀ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : କାକଟପୁର ବ୍ଲକ ପାଟପୁର ଝିଅ ସିଗ୍ଧାମୟୀ ସ୍ୱାଇଁ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରି ଅଂଚଳ ପାଈଁ ଗର୍ବ ଆଣିପାରିଛନ୍ତି। ମଙ୍ଗଳବାର ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଫଳାଫଳ ପ୍ରକାଶିତ ହେବା ପରେ ରାଜ୍ୟରେ ମୋଟ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ କାକଟପୁର ବ୍ଲକ ପାଟପୁର ଅଂଚଳର ଝିଅ ସିଗ୍ଧାମୟୀ ସ୍ୱାଇଁ ୫୯ ନମ୍ବର ରାଙ୍କ ସ୍ଥାନରେ ରହିଛନ୍ତି। ଦୀର୍ଘ ୨ବର୍ଷ ରୁ ଉର୍ଦ୍ଧ କଠିନ ପରିଶ୍ରମ ସହ ନିଜେ ପ୍ରତିଦିନ ୮ରୁ ୧୦ଘଣ୍ଟା ପରିଶ୍ରମ କରି ସଫଳତା ହାସଲ କରିଛନ୍ତି।ବାପା ଓ ମା ‘ଙ୍କ ଲକ୍ଷ୍ୟ ଥିଲା ଝିଅ ଓଏସ ହେଉ, ବାପା ଓ ମା ଙ୍କ ଲକ୍ଷ୍ୟ କୁ ପୁରଣ ପାଈଁ କଠିନ ପରିଶ୍ରମ କରି ପାଠ ପଢୁଥିଲେ ସିଗ୍ଧାମୟୀ । ତାଙ୍କର ଏହି ସଫଳତା ପଛରେ ଭଗବାନ ଙ୍କ ଆଶୀର୍ବାଦ ଏବଂ ପିତା ମାତା ଙ୍କ ସହ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ସାଙ୍ଗ ଙ୍କ ପ୍ରେରଣା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ନିଜ ପ୍ରତିକ୍ରିୟା ରେ ସିଗ୍ଧାମୟୀ ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ଖବର ପ୍ରଚାରିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ସୁଅ ଛୁଟିଥିବା ବେଳେ ଶୁଭେଛୁ ମାନେ ଶୁଭେଚ୍ଛା ଜଣାଇଥିବା ବେଳେ କାକଟପୁର ଅଂଚଳରେ ଆନନ୍ଦର ଲହରୀ ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ