୪୧ ଥର ରକ୍ତଦାନ କଲେ ପୋଲିସ ଏଏସଆଇ ପ୍ରଦୀପ
ଛତ୍ରପୁର (ଓ୍ବାଇଏନଏସ): ରକ୍ତ ଦେଇ କାହାର ଜୀବନ ରକ୍ଷା କରିବା ଠାରୁ ଆଉ ମହତ କାର୍ଯ୍ୟ କିଛି ନାହିଁ। କିନ୍ତୁ ଆଜି ବି ରକ୍ତ ପାଇଁ ଜଣେ ମଣିଷ ଅନ୍ୟ ଜଣେ ବଦାନ୍ୟ ମଣିଷ ଉପରେ ନିର୍ଭର କରୁଛି। କାହାର ସହାୟତା ଆଉ କାହା ପାଇଁ ନୂଆ ଜୀବନ। ସେଥିପାଇଁ କୁହାଯାଏ ଲୁହ ଓ ଲହୁ ମୂଲ୍ୟ ପରିଶୋଧ କରି ହୁଏ ନାହିଁ। ଏପରି ୪୧ ଥର ରକ୍ତଦାନ କରିବା ଏକ ମହାନ କାର୍ଯ୍ୟ, ଯାହା ଅନେକ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଥାଏ। ଏଭଳି ନିରନ୍ତର ସ୍ୱେଚ୍ଛାକୃତ ରକ୍ତଦାନ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ପୋଲିସ ଜିଲ୍ଲା ର କାର୍ଯ୍ୟରତ ଏଏସଆଇ ପ୍ରଦୀପ କୁମାର ମହାପାତ୍ର l ତାଙ୍କର ନିଜର ଘର ମାଲକାନଗିରି ଜିଲ୍ଲାର ବାଲିମେଳା ନିରାକାରପୂର l ସେ ପ୍ରାୟ ୧ବର୍ଷ ଧରି ଗଞ୍ଜାମ ପୋଲିସ ଜିଲ୍ଲାର ହେଡ଼କ୍ୱାର୍ଟର ରେ କାର୍ଯ୍ୟ କରୁଛନ୍ତି l ପୋଲିସ କାର୍ଯ୍ୟ ର ବ୍ୟବସ୍ଥା ଭିତରେ ମଧ୍ୟ ସେ ଅନ୍ୟ ର ଜୀବନ ବଞ୍ଚାଇବା ନିମନ୍ତେ ଆଗକୁ ଆସି ସଂଗେ ସଂଗେ ରକ୍ତ ଦାନ କରି ଦିଅନ୍ତି l ସେ ରକ୍ତର ଆବଶ୍ୟକତା ଥିବା ରୋଗୀଙ୍କ ପାଇଁ ବରଦାନ ସଦୃଶ। ଆଜି ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ରେ ସ୍ବେଛାକୃତ ଭାବେ ଆୟୋଜିତ ରକ୍ତଦାନ ଶିବିର ରେ ରକ୍ତଦାନ କରି ଲୋକଙ୍କୁ ସଚେତନତା ର ବାର୍ତ୍ତା ଦେଇଛନ୍ତି l ସେ ୨୦୦୫ ବର୍ଷ ଠାରୁ ରକ୍ତଦାନ କରି ଆସିଛନ୍ତି l ଆଜକୁ ମିଶାଇ ସମୁଦାୟ ୪୧ ଥର ରକ୍ତଦାନ କରି ସମସ୍ତ ଙ୍କ ପ୍ରିୟପତ୍ର ପାଲଟିଛନ୍ତି l


