ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ସଚେତନତା ରଥ ପରିକ୍ରମା

ରାଇକିଆ, (ଆଦିତ୍ୟ ପ୍ରସାଦ ପାଢୀ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଶିକ୍ଷା ବର୍ଷ ୨୦୨୬-୨୭ ନିମନ୍ତେ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଏବଂ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଏବଂ ଶତପ୍ରତିଶତ ନାମଲେଖା ସୁନିଶ୍ଚିତ କରିବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କେଶବ ମଲ୍ଲିକ , ଅତିରିକ୍ତ ଶିକ୍ଷା ଅଧିକାରୀ ସାରଥି କହଁର, ପରମାନନ୍ଦ ନାୟକ, ମାଧବ ଚନ୍ଦ୍ର ପ୍ରଧାନ, ରାଇକିଆ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଳକୃଷ୍ଣ ପ୍ରଧାନ, ସିଆରସି ମିଲନ ପ୍ରଧାନ, ସହକାରୀ ଶିକ୍ଷକ ଏବଂ ବହୁ ସଂଖ୍ୟାରେ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଶିକ୍ଷା ହେଉଛି ଜୀବନର ମୂଳଦୁଆ, ତେଣୁ କୌଣସି ଶିଶୁ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସମସ୍ତେ ସହଯୋଗ କରିବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନୂତନ ଭାବେ ଯୋଗ ଦେଉଥିବା କୁନି କୁନି ଶିଶୁମାନଙ୍କୁ ପାରମ୍ପରିକ ରୀତିନୀତିରେ ପୁଷ୍ପଗୁଚ୍ଛ ଓ ଚନ୍ଦନ ଟିକା ଦେଇ ସ୍ୱାଗତ କରାଯାଇଥିଲା। ଅତିଥିମାନେ ଶିଶୁମାନଙ୍କୁ ଖଡ଼ି ଛୁଆଁଇ ସେମାନଙ୍କ ଶିକ୍ଷା ଜୀବନର ଶୁଭାରମ୍ଭ କରିଥିଲେ। ବ୍ଲକର ପ୍ରତି ଗ୍ରାମ ଓ ସାହିରେ ଶିକ୍ଷାର ବାର୍ତ୍ତା ପହଞ୍ଚାଇବା ପାଇଁ ଏକ ସୁସଜ୍ଜିତ ସଚେତନତା ରଥ ପରିକ୍ରମା ଆରମ୍ଭ କରିଛି। ଏହି ରଥ ମାଧ୍ୟମରେ ଅଭିଭାବକମାନଙ୍କୁ ସେମାନଙ୍କ ପିଲାଙ୍କୁ ବିଦ୍ୟାଳୟ ପଠାଇବା ପାଇଁ ସଚେତନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ