ବଂଶଧାରା ସୁରକ୍ଷା ସମିତି ବୈଠକ

ଗୁଣୁପୁର,(ୱାଇଏନଏସ): ଆନ୍ଧ୍ରକୁ ବଂଶଧାରା ନଦୀରେ ନେରେଡି ବ୍ୟାରେଜ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ ପଥ ପରିଷ୍କାର କରି ଚୂଡ଼ାନ୍ତ ରାୟ ଦେବା ପରେ ବଂଶଧାରା ସୁରକ୍ଷା ସମିତିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବଂଶଧାରା ସୁରକ୍ଷା ପରିଷଦର ସଭାପତି ଆଇନଜୀବୀ ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପ୍ରକଳ୍ପ ନିର୍ମାଣକୁ ବିରୋଧ କରିବା ସହ ବଂଶଧାରା ଉପର ମୁଣ୍ଡରେ ଜଳ ଅନିକଟ ନିର୍ମାଣ କରି ଟ୍ରିବ୍ୟୁନାଲ ରାୟ ପ୍ରକାରେ ୫୦ ଭାଗ ଜଳ ବିନିଯୋଗ କରିବା ପାଇଁ ଓଡ଼ିଆର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୁଣୁପୁର ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟେଶରେ ଏକ ସ୍ମାରକ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରକଳ୍ପ ପାଇଁ ରାୟଗଡ଼ା ଜିଲ୍ଲା ବିଜେପି ପ୍ରଭାରୀ ନାରାୟଣ ରାଓ ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ନେଇ ଆଲୋଚନା ହୋଇଥିଲା । ପ୍ରକାଶ ଥାଉକି ନେରେଡି ଫେଜ୍-୨ ପ୍ରକଳ୍ପ ନିର୍ମାଣ ପାଇଁ ବଂଶଧରା ଅବବାହିକା ଉପର ମୁଣ୍ଡରେ ବର୍ଷା ଦିନରେ ଜଳମଗ୍ନ ହେବା ସହ ଗ୍ରୀଷ୍ମ ଦିନରେ ଜଳ ଶୁଷ୍କ ହେବାର ଆଶଙ୍କା ରହିଛି। ଏଥି ସହ ୧୦୬ ଏକର ଜମି ଓଡ଼ିଶା ହରାଇବାର ସୁନିଶ୍ଚିତ ହୋଇପଡ଼ିଛି। ଏହି ସଭାରେ ବରିଷ୍ଟ ଆଇନଜୀବୀ ଉମା ଚରଣ ପଟ୍ଟନାୟକ, ଓକିଲ ସଂଘର ସଭାପତି ରମେଶ ଚନ୍ଦ୍ର ଲିମା, ଭାରତୀୟ ଜନତା ପାର୍ଟିର ରାଷ୍ଟିୟ ପରିଷଦ ସଦସ୍ୟ ୟାଇ ଗଣପତି, ସମିତି ର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାସ, ସଦସ୍ୟ ଉମା ଶଙ୍କର ଦାସ , ଓକିଲ ରାଜ କିଶୋର ଦାସ, ପ୍ରବୀଣ କୁମାର ପଟନାୟକ, ଏସ ଶିବାଜୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ