ଡଙ୍ଗରିଆଙ୍କୁ ରୋଜଗାର ଯୋଗାଉଛି ଖମ୍ବ ଆଳୁ ! ପ୍ରଶାସନର ଅଣଦେଖାର ଶିକାର ଚାଷୀ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ): ନିୟମଗିରି ପାହାଡ଼ ଉପରେ ନିର୍ଭର କରି ଚଳିଆସୁଛନ୍ତି ବିରଳ ଜନଜାତି ଡଙ୍ଗରିଆ। ଏହି ନିୟମଗିରି ପାହାଡ଼ ରାୟଗଡା ଓ କଳାହାଣ୍ଡି ଜିଲ୍ଲାକୁ ଲାଗି ବିଶାଳ ପାହାଡ଼। ଏହି ପାହାଡ଼ ଉପରେ ୧୧୨ଖଣ୍ଡ ଗ୍ରାମର ପ୍ରାୟ ଦଶ ହଜାରରୁ ଅଧିକ ଡଙ୍ଗରିଆ ସମ୍ପ୍ରଦାୟ ବସବାସ କରି ଆସୁଛନ୍ତି। ଏହି ପାହାଡ଼ ଉପରେ ଏମାନଙ୍କ ଜୀବନ ଜୀବିକା କହିଲେ ଭୁଲ ହେବନାହିଁ। ପ୍ରତି ଋତୁରେ ଋତୁ କାଳୀନ ଫସଲକୁ ନିୟମଗିରି ପାହାଡ଼ରୁ ଆଦାୟ କରି ପରିବାର ଭରଣ ପୋଷଣ କରିଥାନ୍ତି। ବିଶେଷ କରି ପୁରୁଷଙ୍କ ଅପେକ୍ଷା ମହିଳାମାନେ ବେଶ ଯତ୍ନବାନ। ପ୍ରତି ଫସଲକୁ ବିଭିନ୍ନ ବଜାର ଓ ହାଟରେ ବିକ୍ରି କରି ଦୁଇ ପଇସା ରଯୋଗାର କରିଥାନ୍ତି। ଏହି ପାହାଡ଼ରୁ ବୈଶାଖ ରେ ବର୍ଷା ହେଲେ ଜଙ୍ଗଲରେ ବିଭିନ୍ନ ଫଳ ମୂଳ କନ୍ଦା ହୋଇ ଥାଏ। ସେଥିମଧ୍ୟରୁ ଖମ୍ବ ଆଳୁ ବେଶ ଅଧିକ ବାହାରିଥାଏ। ଉକ୍ତ କନ୍ଦା ବ ଖମ୍ବ ଆଳୁ କୁ ମହିଳାମାନେ ପାହାଡ଼ର ବିଭିନ୍ନ କୋଣରୁ ଖୋଲିଆଣି ବିଡା ବାନ୍ଧି ମୁନିଗୁଡା, ବିଷମ କଟକ, ଚାଟିକଣା ହାଟ,ଲାଞ୍ଜିଗଡ, ତ୍ରିଲୋଚନ ପୁର, କଲ୍ୟାଣସିଂହପୁର, ମାଝୀଗୁଡା ହାଟ,ଥେରୁବାଲି ହାଟ, ଜେକେପୁର ଭଳି ଅନେକ ବଜାରକୁ ନେଇ ବିକ୍ରି କରିଥାନ୍ତି ତ ସାହି ସାହି ବୁଲି ବିକ୍ରି କରିବା ପାଇଁ ନିୟମଗିରି ପାହାଡ଼ରୁ ବିଭିନ୍ନ ଗାଡି ବସ ଅଟ ଗାଡ଼ିରେ ଆସି ବିକ୍ରି କରିଥାନ୍ତି। ଏହି ଖମ୍ବ ଆଳୁକୁ ବିକ୍ରି କରିବା ପାଇଁ ବିଭିନ୍ନ ବେପାରୀ ମାନେ ସାଗମାଛ ଦରରେ କିଣି  ଅଧିକ ଲାଭବାନ ହୋଇଥାନ୍ତି।ଏହି ଡଙ୍ଗରିଆ ମହିଳା ମାନଙ୍କ ପାଇଁ ଡିକେଡିଏ (ଡ଼ଙ୍ଗାରିଆ କନ୍ଧ ଉନ୍ନୟନ ସଂସ୍ଥା )୪୦ବର୍ଷ ଧରି ତୃଣମୂଳ ସ୍ତରରୁ କାର୍ଯ୍ୟ କରି ଆସୁଥିଲେ ମଧ୍ୟ ଏମାନଙ୍କ ପାଇଁ ଆଖିଦୃଶିଆ କାର୍ଯ୍ୟ କରିନଥିବା ଏହି ଚିତ୍ରରୁ ସ୍ପଷ୍ଠ ବୟାନ କରିଛି। ଡିକେଡିଏ ଉକ୍ତ ମହିଳା ମାନଙ୍କ ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବନ ଧନ ସମଗ୍ରହ କରିବଡ଼ବଡ଼ କୋଠା ନିର୍ମାଣ କରିଛନ୍ତି ସତ। ମହିଳାଙ୍କ ପାଇଁ ତାଲିମ ମଧ୍ୟ ଦେଲେ  ସ୍ୱୟଂ ଶାହାୟକ ଗୋଷ୍ଠୀ ମଧ୍ୟମରେ କିଛି ଦିନ ତାଲିମ ପ୍ରଦାନ କରି ବିକ୍ରୀବଟା କରିଥିଲେ। କିନ୍ତୁ ପରିତାପର ବିଷୟ ଉକ୍ତ  ଡିକେଡିଏ କିମ୍ବା କୌଣସି ଭେଣ୍ଡର ମାଧ୍ୟମରେ ବିକ୍ରି କରି ପାରିଲେ ନାହିଁ। ଯାହା ଫଳରେ ଡଙ୍ଗରିଆ ମହିଳାଙ୍କ ମନରେ ଆଗ୍ରହ ଆସିଲା ନାହିଁ ବୋଲି ମହିଳା ମାନେ ପ୍ରକାଶ କରିଛନ୍ତି। ଡିକେଡିଏ ପାର୍ସଲୀ ଠାରେ ୧୫ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଜଗନ୍ନାଥ ମହାନ୍ତି କେବଳ ଡଙ୍ଗରିଆ ମାନଙ୍କ ସାମଗ୍ରୀକୁ ବିକ୍ରି କରିବା ପାଇଁ ହାଟ ସୃଷ୍ଟି କରିଥିଲେ। କିଛିଦିନ ମଧ୍ୟ ହାଟ ଚାଲିଥିଲା। ପରେ ମହାନ୍ତି ବଦଳି ହେବାପରେ ଡିକେଡିଏ ଅଧିକାରୀଙ୍କ ଇଛାଶକ୍ତି ଅଭାବରୁ ସମ୍ପୂର୍ଣ ରୂପେ ବନ୍ଦ ହୋଇ ଗଲା ବନ ଧନ ଯୋଜନା। ନିକଟରେ ବନ ଧନ କୋଠା ମହିଳା କିନ୍ତୁ ଆଜି ସିଧା ଉକ୍ତ କୋଠା କାର୍ଯ୍ୟରେ ଲାଗୁନାହିଁ।କୋଠା ଲତାକୁଟା ହୋଇ ଭୁତ କୋଠି ପାଲଟି ଯାଇଛି।ଡ଼ଙ୍ଗରିଆଙ୍କ ପାଇଁ ଉଦ୍ଧିଷ୍ଟ  କୋଠା ଖତ ଖାଇ ନଷ୍ଟ ହୋଇଗଲାଣି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି। ପାର୍ସଲୀ ଠାରେ ଡଙ୍ଗରିଆ ବଜାର କରି ଜଙ୍ଗଲଜାତ ଦ୍ରବ୍ୟ କିଣି ଦଙ୍ଗରିଆଙ୍କୁ ଉଚିତ ମୂଲ୍ୟ ଦେବା ସ୍ୱପ୍ନ ଦେଖାଇ ପ୍ରଶାସନ ଭୁଲି ଯାଇଛି କହିଲେ ଭୁଲ ହେବନାହିଁ।ଡଙ୍ଗରିଆଙ୍କ ପାଇଁ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ତୃଣମୂଳ ସ୍ତରରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଆସୁଥିଲେ ମଧ୍ୟ ସେମିତି କିଛି ଆର୍ଥିକ ଅବସ୍ଥାରେ ପରିବର୍ତନ ଆସିନି ବୋଲି ଡଙ୍ଗରିଆ ମାନେ ଅଭିଯୋଗ କରିଛନ୍ତି।ଡାଙ୍ଗରିଆଙ୍କୁ ଆତ୍ମନିର୍ଭର ଶିଳ କରିବା ପାଇଁ ବେପାର ବିଣିଜ କରିବା ପାଇଁ ଓପୀଲିପି ମାଧ୍ୟମରେ କୋଟି କୋଟି ଟଙ୍କା ପ୍ରଦାନକିରି ଅଧା ଅଧା କରି ସଂସ୍ତାର କର୍ମଚାରୀ କାଗଜ କଲମରେ ଦର୍ଶାଇ ଦେଇଥିଲେ। କିନ୍ତୁ ବାସ୍ତବରେ ଡଙ୍ଗରିଆଙ୍କ ପାଇଁ କିଛିନୁହେ ବୋଲି ଅଭିଯୋଗ କରିଛନ୍ତି ଡ଼ଙ୍ଗରିଆମାନେ। ପ୍ରକୃତରେ ତଦନ୍ତ କଲେ ଘଟଣାର ତଥ୍ୟ ପଦାକୁ ଆସିବ ପ୍ରଶାସନ ଜଙ୍ଗଲ ଜାତ ଦ୍ରବ୍ୟକୁ ମଣ୍ଡି ମାଧ୍ୟ୍ୟମରେ ବିକ୍ରି କରି ଲୋକଙ୍କୁ ସୁବିଧା ଯୋଗାଇ ଦେବାପାଇଁ ସାଧାରଣରେ ଦାବି  ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ