ମାନଗୋବିନ୍ଦ ପ୍ରଧାନ କନ୍ଧମାଳ ଏସଡିସି ଚେୟାରମ୍ୟାନ ନିଯୁକ୍ତ

କନ୍ଧମାଳ (ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଭାବେ ମାନଗୋବିନ୍ଦ ପ୍ରଧାନ ଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଥିବା ନେଇ ଘୋଷଣା ହୋଇଛି! ଶ୍ରୀ ପ୍ରଧାନ ଦୁଇ ଦୁଇ ଥର ଜି ଉଦୟ ଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ବିଜେପି ପ୍ରାଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ବିଜେପି ଦଳର ସମ୍ପାଦକ ଓ ଉପସଭାପତି ଥିଲେ କନ୍ଧମାଳ ଜିଲ୍ଲାର। ସେ ଜଣେ ଲୋକପ୍ରିୟ ଆର  ଏସ ଏସ ର ଜିଲ୍ଲା ବିସ୍ତାରକ ଥିଲେ। ନିର୍ବାଚନ ବେଳେ ସେ ସକ୍ରିୟ ଭୂମିକା ଗ୍ରହଣ କରିବା ସହ ସଂଘଠନ ସୁଦୃଢ ପାଇଁ ଉଦ୍ୟମ କରିଥିଲେ। ମାନ ଗୋବିନ୍ଦ ଙ୍କ ନିଯୁକ୍ତି ପରେ ବିଭିନ୍ନ ବିଜେପି ମହଳରୁ ଅଭିନନ୍ଦନ ର ସୁଅ ଛୁଟୁଛି.!ରାଜ୍ୟ ବିଜେପି ସମ୍ପାଦକ ଭଗବାନ ମହାନ୍ତି, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଲିଙ୍ଗରାଜ ଦଳବେହେରା, ବିଜେପି ସଭାପତି ପଣ୍ଡିତ ବିସି ମାଝୀ, ବିଧାୟକ ଉମା ଚରଣ ମଲିକ, ସାଂସଦ ସୁକାନ୍ତ ପାଣିଗ୍ରାହୀ, ଜଗନାଥ ସାହୁ, ତପନ ପାଢ଼ୀ, ସଂଜିତ ମଣ୍ଡଳ, ସଂଜିତ ପାତ୍ର,  ବବଲୁ ଗୁରୁ, ପରେଶ ମହାପାତ୍ର, ଭଏସ ଅଫ ମିଡ଼ିଆ ର ସଭାପତି ଶିବାନନ୍ଦ ପଟ୍ଟନାୟକ, ଏ ଭି ବି ପି ସଂଯୋଜକ ଅମ୍ଲାନ ପଟ୍ଟନାୟକ, ପୂର୍ବତନ ଯୋଜନା ବୋର୍ଡ ର ସଦସ୍ୟ ସ୍ୱରୂପା ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇ ଛନ୍ତି! ଏଥି ପୂର୍ବରୁ ବିଜେଡି ଶାସନ ଅମଳରେ ରୋଦନ  କଂହର ଦୁଇ ଦୁଇ ଥର ଏସ ଡି ସି ଅଧକ୍ଷ ଥିଲେ। ଦୁଇବର୍ଷ ଧରି ଏହି ପଦବୀ ଖାଲି ଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ