ଝାମୁଯାତ୍ରାରେ ବିଭିନ୍ନ ସଂଗଠନ ତରଫରୁ ଜଳଛତ୍ର
କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ତାତିର ପ୍ରକୋପ ବଢ଼ିବାରେ ଲାଗିଛି । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି । ଏହା ସହ ଆଜି କାକଟପୁର ମା ମଙ୍ଗଳା ଙ୍କ ପବିତ୍ର ଝାମୁଯାତ୍ରା ଥିବାରୁ ରାଜ୍ୟର କୋଣ ଅନୁକୋଣ ରୁ ଶ୍ରଦ୍ଧାଳୁ ଙ୍କ ଭିଡ଼ କାକଟପୁର ରେ ଦେଖିବାକୁ ମିଳିଛି।ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ । କିନ୍ତୁ ଏମାନଙ୍କ କଷ୍ଟ ଲାଘବ ପାଇଁ କାକଟପୁର ମୁଖ୍ୟ ବଜାର ରେ ସାଇବାବା ଜଗତ କଲ୍ୟାଣ ମିଶନ ଟ୍ରଷ୍ଟ ଉପଦେଷ୍ଟା ଶ୍ରୀଧର ସାହୁ ସମେତ ଅନ୍ୟ ମାନେ ଉପସ୍ଥିତ ରେ ତରଫରୁ ଦହି ପଣା ବଣ୍ଟନ ହେଉଛି।ଗଳା ଶୁଖି ଯାଉଥିବା ବେଳେ ସୁରେଇର ଶୀତଳ ଜଳ ସହ ସୁସ୍ୱାଦୁ ଦହି ଲୋକଙ୍କୁ ଦେଉଛି ଉପଶମ ଦେଉଛି। ଖାଲି ଥଣ୍ଡା ପାନୀୟ ନୁହେଁ ବରଂ ତା’ ସାଙ୍ଗକୁ ପୋଦିନା ଏବଂ ଲେମ୍ବୁର ସ୍ୱାଦ । ରାସ୍ତାରେ ଚାଲି ଚାଲି ଯାଉଥିବା ବାଟୋଇଙ୍କ ଠାରୁ ଆରମ୍ଭ କରି କାରରେ ଯାଉଥିବା ବାଟୋଇ ମଧ୍ୟ କିଛି କ୍ଷଣ ଏଠାରେ ଅଟକି ଯାଉଛନ୍ତି ।ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପାଖକୁ ଟାଣୁଛି ଏହି ଜଳଛତ୍ର । କିଏ କିଛି କ୍ଷଣ ମୋଟର ସାଇକେଲକୁ ଅଟକାଇ ଦେଉଛି ତ କିଏ ତା’ର କାର୍, ଆଉ ତା’ ସାଙ୍ଗକୁ କଲେଜ୍ ଛାତ୍ରଛାତ୍ରୀ । ସ୍ୱାଦ ଏମିତି ଗୋଟିଏ ଗ୍ଲାସରେ ମନ ଭରୁନି । ଜଳଛତ୍ରରେ ଜଳ ଦେଉଥିବା ସଦସ୍ୟ ମଧ୍ୟ ଖୁସିରେ ଗୋଟିଏ ପରେ ଗୋଟିଏ ଗ୍ଲାସ୍ ବଢ଼ାଇ ଦେଉଛନ୍ତି ବାଟୋଇଙ୍କ ହାତକୁ । ବାସ୍ତବରେ ଏମାନେ ଜଳ ଯୋଗାଉ ନାହାଁନ୍ତି ତ, ସତେ ଯେମିତି ଜୀବନ ଦାନ କରୁଛନ୍ତି । ଆଉ ଲୋକଙ୍କ ଶୋଷ ମେଣ୍ଟାଇବାର ଖୁସି ସେମାନଙ୍କ ଚେହେରାରରେ ସମ୍ପୂର୍ଣ୍ଣ ନଜର ଆସୁଛି । ତେବେ ଖରାଦିନେ ବାଟୋଇ ତୃଷାମେଣ୍ଟାଈ ଖରା ଦାଉରୁ ରକ୍ଷା କରିବା ପାଇଁ। ଏହି ଭଳି କାର୍ଯ୍ୟ କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।


