ଗରାପୁର ଶିବାନନ୍ଦ ଆଶ୍ରମ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିଶ୍ୱ ଦିବ୍ୟଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୯ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ ପାଳିତ ହେଉଥିବା ଅବସରରେ ଶନିବାର ଆଶ୍ରମ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ୱାର୍ଡର ରୋଗୀମାନଙ୍କୁ ଫଳ, ବିସ୍କୁଟ ଓ ଚକୋଲେଟ ପ୍ରଭୃତି ବଣ୍ଟନ କରାଯାଇଛି। ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଶ୍ୟାମଗୁଡିଆସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବିଭିନ୍ନ ୱାର୍ଡର ଅନ୍ତେବାସୀ ରୋଗୀ ମାନଙ୍କୁ ଫଳ, ବିସ୍କୁଟ, ଚକୋଲେଟ ଓ ବିଭୁତି ପ୍ରଦାନ କରିବା ସହିତ ସେମାନଙ୍କ ଆଶୁ ଆରୋଗ୍ୟ ଏବଂ ଦୀର୍ଘ ଜୀବନ କାମନା କରି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ ପୂର୍ବକ ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମାଙ୍କ ସହିତ ଆଶ୍ରମର ଭକ୍ତମାନେ, ଧର୍ମଜାଗରଣ ସମନ୍ୱୟ ସମିତି, ବଜରଙ୍ଗ ଦଳ ଓ ବଳଦେବ ସେନାର ପିଲାମାନେ, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଆସନ୍ତା ୨୪ତାରିଖରେ ବିଶ୍ୱ ଦିବ୍ୟଜୀବନ ସଙ୍ଘର ସଭାପତି ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ଆଶ୍ରମ ପକ୍ଷରୁ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି। ବ୍ରହ୍ମଚାରୀ ନୃସିଂହ ନାଥ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ