ଅବକାରୀଟିମର ଚଢାଉ: ଚୋରା ଦେଶୀ ମଦ ଓ ମହୁଲ ପୋଚ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଅବକାରୀ ବିଭାଗ ଓ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଅବକାରୀ ଚଢଉ କରାଯାଇ ବହୁ ପରିମାଣରେ ଦେଶୀ ଚୋରା ମଦ ଏବଂ ମହୁଲ ପୋଚ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଥାନା ବଡବୁରୁଝୋଲି ଅଞ୍ଚଳରୁ ୩୪୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଥିବା ବେଳେ ୩ ୬୦୦ ଲିଟର ମହୁଲ ପୋଚ ଜବତ ହୋଇଛି. ସେହିପରି ସାନବୁରୁଝୋଲି ଗ୍ରାମାଞ୍ଚଳରେ ୨୬୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଥିବା ବେଳେ ୨୮୦୦ ଲିଟର ମହୁଲ ପୋଚ ଜବତ ହୋଇଛି। ଏଥି ସହ ଏହି ମିଳିତ ଆନ୍ଧ୍ର ଓ ଓଡିଶାଟିମ୍ ପାରଳାକେମୁଣ୍ଡି ଆଦର୍ଶ ଥାନା ସିଙ୍ଗିପୁର ଗ୍ରାମାଞ୍ଚଳରେ ଚଢଉ କରି ୪୮୦ ଲିଟର ଦେଶୀ ରନ୍ଧାମଦ ଏବଂ ୪୧୦୦ ଲିଟର ମହୂଲ ପୋଚ ଜବତ କରିଛନ୍ତି. ଏହି ଚଢ଼ଉରେ ୧୦୮୦ ଲିଟର ରନ୍ଧା ଦେଶୀମଦ ସହ ୧୦ହଜାର ୫୦୦ ଲିଟର ମହୁଲ ପୋଟ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ମଦରନ୍ଧା ସାମଗ୍ରୀ ଏବଂ ମହୁଲପୋଚ ଗଚ୍ଛିତ ସାମଗ୍ରୀକୁ ଜବତ କରାଯାଇଥିବା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି। ଏହି ଚଢ଼ଉରେ ଉଭୟ ଓଡ଼ିଶାର ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଅବକାରୀ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ