’ଆସ ବହିଟିଏ କିଣିବା’ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନୀଦ୍ର ହୋନନାଗା ଓ ଫାଲଗୁନୀ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋରମା ଦେବୀ ଓ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଆ ପକ୍ଷ ପାଳନର ଅବସରରେ ପ୍ରତ୍ୟେକ ନାଗରିକ ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିବା ସହ ” ଆସ ବହିଟିଏ କିଣିବା ” ଆମ ମାତୃଭାଷା ଆମ ସ୍ବାଭିମାନକୁ ବଳବତ୍ତର ରଖି ଓଡ଼ିଆ କବି, କବୟିତ୍ରୀ , ପ୍ରାବନ୍ଧିକ,ଲେଖକ ଙ୍କୁ ଉତ୍ସାହିତ କରିବା ଓଡ଼ିଆ ରେ ନୂତନ ସୃଷ୍ଟିର ଆବିଷ୍କାର ସହ ନୂତନ ପାଠକ ପାଠିକା ନିର୍ମାଣ କରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବାରେ ସହାୟକ ହୋଇପାରିବ । ସେହିପରି ଜିଲ୍ଲା ସମସ୍ତ ବ୍ଲକ କାର୍ଯ୍ୟଳୟ ରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।


