ଡାକବିଭାଗର କର୍ମଚାରୀ ସିମାଞ୍ଚଳ ପାଇବେ ଅନ୍ତର୍ଜାତୀୟ ପୁରସ୍କାର

ଆସିକା ତା (ୱାଇଏନ୍‍ଏସ୍‍): ଆସିକା ଡାକବିଭାଗର କର୍ମଚାରୀ ତଥା ବିଶିଷ୍ଟ କାହାଣୀକାର ସିମାଞ୍ଚଳ ମହାରଣା ନିଜର ଉଲ୍ଲେଖନୀୟ ପାରଦର୍ଶିତାରେ ହିଁ ଆନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ପାଇବା ପାଇଁ ମନୋନୀତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଆସନ୍ତା ମେ ମାସରେ ମହାରାଷ୍ଟ୍ରର ଔରଙ୍ଗାବାଦ୍‍ (ଆଧୁନିକ ନାମ ଶାମ୍ବାଜୀନଗର) ଠାରେ ଅନୁଷ୍ଠିତ ହେବାକୁ ଥିବା ରିଲ୍ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୬ ରେ ଅଂଶଗ୍ରହଣ କରି ଆସିକା ଡାକବିଭାଗର କର୍ମଚାରୀ ସିମାଞ୍ଚଳ ମହାରଣା ସମ୍ବର୍ଦ୍ଧିତ ହେବେ ବୋଲି ଜଣାପଡିଛି । ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆୟୋଜକ କମିଟି ପକ୍ଷରୁ ଏ ସଂକ୍ରାନ୍ତରେ କାହାଣୀକାର ତଥା ଆସିକା ଡାକବିଭାଗର କର୍ମଚାରୀ ସିମାଞ୍ଚଳ ମହାରଣାଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଆସିକା ଡାକବିଭାଗର କର୍ମଚାରୀ ତଥା କାହାଣୀକାର ସିମାଞ୍ଚଳ ମହାରଣାଙ୍କ ରଚିତ କ୍ଷୁଦ୍ର ଚଳଚ୍ଚିତ୍ର ଅଦ୍ୟମର ସଫଳତା ପାଇଁ ଏହି ସମ୍ମାନଜନକ ପୁରସ୍କାର ମିଳିବାର କାର୍ଯ୍ୟକ୍ରମ ରହିଛି । ଡିକେ ଫିଲ୍ମ୍‍ସ ବ୍ୟାନରରେ ଓ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ନିର୍ଦ୍ଦେଶକ କ୍ରିଷ୍ଣା ଡି.କେଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଏହି ଅଦମ୍ୟ ଚଳଚ୍ଚିତ୍ର ଗଞ୍ଜାମ ତଥା ଓଡିଶାର ବିଭିନ୍ନ ଲୋକକଳା ଉପରେ ଆଧାରିତ ହୋଇଥିଲା ବେଳେ ଏହି ଚଳଚ୍ଚିତ୍ର ଗତ ୨୦୨୫ ମସିହା ଫେବୃୟାରୀ ମାସରେ ପ୍ରଥମେ ସ୍ଥାନୀୟ ସିନେ କାର୍ଣ୍ଣିଭାଲ୍‍ରେ ହଲ୍‍ରେ ମୁକ୍ତିଲାଭ କରିଥିଲା । ଏହା ପରେ ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଅତୀତରେ ଆସିକା ଥାନା ଭାରତର ଶ୍ରେଷ୍ଠ ଥାନା ରୂପେ ବିବେଚିତ ହେବା ପରେ ସେହି ସଫଳତା ବିଷୟବସ୍ତୁକୁ ଆଧାର କରି କାହାଣୀକାର ତଥା ଆସିକା ଡାକବିଭାଗର କର୍ମଚାରୀ ସିମାଞ୍ଚଳ ମହାରଣାଙ୍କ ରଚିତ ଓ କ୍ରିଷ୍ଣା ଡିକେଙ୍କ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଅଦ୍ୱିତୀୟ ମଧ୍ୟ ଆଫ୍ରିକା ମହାଦେଶ ସମେତ ଭାରତର ବିଭିନ୍ନ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହୋଇ ସଫଳତା ପାଇଥିବା ନଜିର୍‍ ରହିଛି । ଅତୀତରେ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ କାହାଣୀକାର ତଥା ଆସିକା ଡାକବିଭାଗର କର୍ମଚାରୀ ସିମାଞ୍ଚଳ ମହାରଣା ୪ଟି ଆନ୍ତର୍ଜାତୀୟ ଶ୍ରେଷ୍ଠ ଚଳଚ୍ଚିତ୍ର ଲେଖକ ପୁରସ୍କାର ପାଇ ନିଜର ପାରଦର୍ଶିତା ପ୍ରଦର୍ଶନ କରି ସଫଳତା ପାଇଥିବା ନଜିର୍‍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ