ସଂସ୍କୃତ ମହାବିଦ୍ୟାଳୟରେ ଦକ୍ଷତା ବିକାଶ କର୍ମଶାଳା

ଆସିକା(ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ପରାମର୍ଶକ୍ରମେ ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପରିସରରେ ଯୁକ୍ତ ତିନି ଶାସ୍ତ୍ରୀ ପାଠ୍ୟକ୍ରମରେ ଅଧ୍ୟୟନରତ ଶତାଧୀକ ବିଦ୍ୟାର୍ଥୀମାନଙ୍କୁ ନେଇ ନୂତନ ଉଦ୍ୟୋଗ ଏବଂ ଉଦ୍ଭାବନ ସଂପର୍କିତ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦକ୍ଷତା ବିକାଶ କର୍ମଶାଳାରେ ଆସିକା ଅଞ୍ଚଳର ଅନ୍ୟତମ କମ୍ପ୍ୟୁଟର ପାଠ୍ୟକ୍ରମରେ ଶିକ୍ଷାଦାନ କରୁଥିବା ଅଗ୍ରଣୀ ଅନୁଷ୍ଠାନ ବିଆଇଟି କମ୍ପ୍ୟୁଟରର ପରିଚାଳନା ମୁଖ୍ୟ ସୁନିଲ୍‍ କୁମାର ମିଶ୍ର ଯୋଗଦେଇ ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ନିଜ ନିଜର ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ କଠିନ ପରିଶ୍ରମ କରି ନିଜ ପିତାମାତା ଓ ଗୁରୁଜନଙ୍କ ସ୍ୱପ୍ନକୁ ସାକାର କରିବା ସାଙ୍ଗକୁ ଶିକ୍ଷାସମାପ୍ତ ପରେ ଉପଯୁକ୍ତ କ୍ୟାରିୟର୍‍ ଗଠନ ପାଇଁ ନିଜ ଭିତରେ ପ୍ରଥମେ ଗଭୀର ଆତ୍ମବିଶ୍ୱାସ ବଢାଇବା ସାଙ୍ଗକୁ ଶିକ୍ଷା ସହିତ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଦକ୍ଷତା ବିକାଶ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସନାତନ ପଣ୍ଡା, ବାବାନାଥ ମିଶ୍ର, ଶିଶିର କୁମାର ମିଶ୍ର, ଅଧ୍ୟାପିକା ଶ୍ରୀମତୀ କବିତା କୁମାରୀ ଦାଶ, କର୍ମଚାରୀ ଟୁନା ମହାରଣାଙ୍କ ସମେତ ଶତାଧୀକ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ