ସ୍କୁଟିକୁ ଧକ୍କା ଦେଲା ବସ୍‌, ଯୁବତୀ ମୃତ

କଟକ, (ଓ୍ବାଇଏନଏସ): କଟକ ଯୋବ୍ରା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜୟ କପୀସ ନାମ ଏକ ଘରୋଇ ବସ୍ ଧକ୍କାରେ ଚାଲିଗଲା ଯୁବତୀଙ୍କ ଜୀବନ। ସ୍କୁଟିରେ ଯିବା ବେଳେ ଯୁବତୀଙ୍କୁ ପିଟିଲା ବସ୍। ମୃତକ ଯୁବତୀ ଜଣ ସ୍ବାଗତିକା ମହାନ୍ତି ବୋଲି ପରିଚିୟ ପତ୍ରରୁ ଜଣାପଡିଛି। ଅନ୍ୟପଟେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଇଛି। ମୃତ ସ୍ୱାଗତିକା ଜଣେ ପୋଲିସ କର୍ମଚାରୀଙ୍କର ଝିଅ ହୋଇଥିବା ବେଳେ ସେ Skilling youth co-ordinator ଭାବେ light house ରେ କାର୍ଯ୍ୟ କରୁଥିଲେ। ଆଜି ନିଜର କର୍ମକ୍ଷେତ୍ର କୁ ଆସୁଥିବା ସମୟରେ ଏଲଏଣ୍ଡଟି ରେ ଲାଗିଥିବା ବସ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ଉଭୟ ସ୍କୁଟି ଓ ବସ୍ ଜବତ କରି ପୁଲିସର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ