ବିଦ୍ୟୁତ୍‍ ବିଭାଗର ର ଅବସରପ୍ରାପ୍ତ କର୍ମଚାରୀଙ୍କ ବିୟୋଗ

ଆସିକା  (ୱାଇଏନ୍‍ଏସ୍‍) ଆସିକା ଏନ୍‍ଏସି ଅଧିନସ୍ଥ ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡର ଅବସରପ୍ରାପ୍ତ ବିଦ୍ୟୁତ୍‍ ବିଭାଗର କର୍ମଚାରୀ ଦୀନବନ୍ଧୁ ବେହେରା (ବୟସ ପ୍ରାୟ ୮୨ ବର୍ଷ)ଙ୍କର ଅସୁସ୍ଥତା ଜନିତ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ବେହେରା ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ ତଥା ଅବସରପ୍ରାପ୍ତ ବିଦ୍ୟୁତ୍‍ ବିଭାଗର କର୍ମଚାରୀ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ପୌର ପରିଷଦ ଅଧୀନସ୍ଥ ଆର୍ବନ ବ୍ୟାଙ୍କ ରୋଡ ସାହିର ବାସିନ୍ଦା ଅବସରପ୍ରାପ୍ତ ବିଦ୍ୟୁତ୍‍ ବିଭାଗର କର୍ମଚାରୀ ଦୀନବନ୍ଧୁ ବେହେରାଙ୍କ ଅସୁସ୍ଥତା କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ଶନିବାର ସୁନାମ୍ବ ସାହି ସ୍ଥିତ ପବିତ୍ର ଋଷିକୁଲ୍ୟ ନଦୀ ତଟସ୍ଥ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ବାସନ୍ତି ବେହେରା, ପୁତ୍ର ତଥା ରଜକ ସମାଜ ଆସିକା ମୁଠାର ସଭାପତି ପ୍ରଭାକର ବେହେରା, ସୂର୍ଯ୍ୟନାରାୟଣ ବେହେରା, ସୁଦର୍ଶନ ବେହେରା, ଶିବଶଙ୍କର ବେହେରା, ପୁତ୍ରବଧୂ ପ୍ରମିଳା ବେହେରା, ରଶ୍ମିତା ବେହେରା, ସୁନିତା ବେହେରା, ସୁଜାତା ବେହେରା, କନ୍ୟା ମାନସ ସେଠୀ, ରୀତା ବେହେରା, ଜମୁନା ସେଠୀ, ଜୋଇଁ ପଞ୍ଚୁ ସେଠୀ ଓ ମେଘନାଦ ସେଠୀଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ବିଦ୍ୟୁତ୍‍ ବିଭାଗର କର୍ମଚାରୀ ଦୀନବନ୍ଧୁ ବେହେରାଙ୍କ ବିୟୋଗରେ ରଜକ ସମାଜ ଖାଲସା (ଖ) ତାଲୁକା ସଭାପତି ସତ୍ୟନାରାୟଣ ସେଠୀ, ରଜକ ସମାଜ ଦେବଭୂମୀ ମୁଠାର ସଭାପତି ସତ୍ୟନାରାୟଣ ସେଠୀ, ଆସିକା ମୁଠାର ସଭାପତି ସନ୍ତୋଷ କୁମାର ବେହେରା, କାଳଷଣ୍ଢପୁର ମୁଠା ସଭାପତି ଅଜୟ କୁମାର ସେଠୀ, ଆସିକା ପୌର ପରିଷଦର ପୂର୍ବତନ କାଉନସିଲର ଏମ୍‍.ତାରିଣୀ ସେନାପତି, ସମାଜସେବୀ ଦଣ୍ଡପଣି ବେହେରା, ଦେବେନ୍ଦ୍ରନାଥ ବେହେରା, କାଳୀଚରଣ ବେହେରା, ଜନାର୍ଦ୍ଦନ ବେହେରା, ମହେଶ୍ୱର ବେହେରା, ପ୍ରତାପ କୁମାର ବେହେରା, ନିରଞ୍ଜନ ପୋଲାଇ, ଗଣେଶ ମହାପାତ୍ର, ବିଷ୍ଣୁପ୍ରସାଦ ମୁନି, ବି.ଶ୍ରୀକାନ୍ତ ରେଡି, ତୋଫାନ ଦାସ, କାହ୍ନୁଚରଣ ବେହେରା, ତ୍ରିନାଥ ମହାନ୍ତି, ଦିଲୀପ କୁମାର ସ୍ୱାଇଁ, ରାଜେଶ୍‍ ରେଡିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ