ଓଡ଼ିଆ ପକ୍ଷ ଅବସରରେ ବୋଟନିକାଲ ଗାର୍ଡେନ ସଫେଇ

ବୁଗୁଡା, (ଅନୀଲ କୁମାର ମହାରଣା) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆ ପକ୍ଷ ପାଳନ ଅବସରରେ ବୁଗୁଡା ପିପୁଲସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରିମାନଙ୍କ ଦ୍ୱାରା ୧୧-୪-୨୬ ତାରିଖ ଦିନ କଲେଜ କେମ୍ପସ ଭିତରେ ଥିବା ବୋଟନିକାଲ ଗାର୍ଡେନର ସଫେଇ ଓ ରକ୍ଷଣାବେକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ସଫେଇ କାର୍ଯ୍ୟକ୍ରମ ଚାଲିଥିବା ସମୟରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ପହଞ୍ଚି, କାର୍ଯ୍ୟକ୍ରମକୁ ଦେଖି ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ପକ୍ଷର ଶୁଭେଚ୍ଛା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଉଦ୍ଭିଦ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଦିଲ୍ଲୀପ କୁମାର ସାହୁ, ଅନିତା ଦେବୀ ଓ ସୁଶାନ୍ତ କୁମାର ଦାସ ଏବଂ ଛାତ୍ର ଛାତ୍ରୀ ଓ  ବିଭାଗର କର୍ମଚାରୀ ବୃନ୍ଦ ଯୋଗଦେଇ ବୋଟନିକାଲ ଗାର୍ଡେନ ସଫେଇ ସହ ରକ୍ଷଣାବେକ୍ଷଣ କାର୍ଯ୍ୟ କରି ଓଡିଆ ପକ୍ଷ ପାଳନକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ