ଜାତୀୟ ନିରାପଦ ମାତୃତ୍ୱ ଦିବସ

ଆସିକା (ୱାଇଏନ୍‍ଏସ୍‍) : ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ଶନିବାର ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ପ୍ରସବ ପରବର୍ତ୍ତୀ ରକ୍ତସ୍ରାବ ମାତୃମୃତ୍ୟୁର ସବୁଠାରୁ ଏକ ପ୍ରମୁଖ କାରଣ ହୋଇଥିବା ବେଳେ ଗର୍ଭାବସ୍ଥା ସମୟରେ ଅସାବଧାନତା ଓ ଅପପୃଷ୍ଟି ଅନ୍ୟ ଏକ କାରଣ ହୋଇଥିବା ବେଳେ ଗର୍ଭଧାରଣ, ପ୍ରସବ ଓ ପରବର୍ତ୍ତୀ ସମୟରେ ଯେପରି ମାଆ ମାନଙ୍କର ଯଥୋଚିତ ଯତ୍ନ ଏବଂ ସମ୍ମାନ ଓ ଉନ୍ନତନ ସ୍ୱାସ୍ଥ୍ୟସେବା ପାଇପାରିବେ ତାହାକୁ ସୁନିଶ୍ଚିତ କରିବା ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଜାତୀୟ ନିରାପଦ ମାତୃତ୍ୱ ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍‍ ନର୍ସ ଅର୍ଚ୍ଚନା ମହାନ୍ତି, ଯୋଗ ଶିକ୍ଷକ ଗୁଣ୍ଡିଚା ମହାରଣା, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ମହିଳା ଓ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ