ଜିଲ୍ଲା କଂଗ୍ରେସ ପକ୍ଷରୁ ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତଳିକା ଦାହ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ସହରର ପୁରୁଣାବସଷ୍ଟାଣ୍ଡରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତଳିକା ଦାହ କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବିରୋଧରେ ଅପମାନଜନକ ଓ ଆଶାଳୀନ ମନ୍ତବ୍ୟ ପ୍ରଦାନ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ପକ୍ଷରୁ ମୁଖମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମାଙ୍କ କୁଶପୁତଳିକା ଦାହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ଆଇନଜୀବୀ ବିଧୂଭୁଷଣ ମହାପାତ୍ର, ରତିକାନ୍ତ କାନୁନଗୋ, ମହମ୍ମଦ ଆକବର ଅଲ୍ଲୀ, ଫକୀର ଚରଣ ଖଟୁଆ, ରଶ୍ମିତା ମହାନ୍ତି, ପ୍ରମିଳା ସାହୁ, ଯୁବକଂଗ୍ରେସ ସାମାଜିକ ଗଣମାଧ୍ୟମ ସଂଯୋଜକ ହିମାଂଶୁ ଭୂଷଣ ନନ୍ଦ, ପ୍ରଭାକର ସାହୁ, ରବିନାରାୟଣ ବେହେରା, ମାନଗୋବିନ୍ଦ ଦାସ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଉପସ୍ଥିତ ଥିଲେ।


