ସୁସଂଗଠକ ସୁଶାନ୍ତ ହେଲେ ଆସିକା ବ୍ଳକ କଂଗ୍ରେସ ସଭାପତି
ଆସିକା (ୱାଇଏନ୍ଏସ୍) :ସୁସଂଗଠକ ତଥା ଶୃଙ୍ଖଳିତ କର୍ମୀ ସୁଶାନ୍ତ କୁମାର ରାଉତଙ୍କୁ ଆସିକା ବ୍ଳକ କଂଗ୍ରେସ ସଭାପତି ରୂପେ ନିଯୁକ୍ତି ଦିଆଯାଇଥିବାରୁ ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ କଂଗ୍ରେସ ସଭାପତି ରୂପେ ନିଯୁକ୍ତି ପାଇଥିବା ସୁସଂଗଠକ ସୁଶାନ୍ତ କୁମାର ରାଉତ ଏହି ନିଯୁକ୍ତି ପାଇଁ ଏଆଇସିସି ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାଶ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ସଭାପତି ଦଣ୍ଡପାଣି ପାତ୍ରଙ୍କ ସମେତ ସମସ୍ତ ଦଳୀୟ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ମାର୍ଗଦର୍ଶନ କରିବା ସକାଶେ ଅନୁରୋଧ କରିଥିବା ଜଣାପଡିଛି। ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶକୁ ଅନୁସରଣ କରି ଆସିକା ବ୍ଳକ ଅଞ୍ଚଳରେ ସଂଗଠନକୁ ସୁଦୃଢ ପାଇଁ ଦଳୀୟ ନେତାଙ୍କ ସହଯୋଗ କାମନା କରିଛନ୍ତି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ରୂପେ ରହି ଆସିଥିବା ସୁସଂଗଠକ ସୁଶାନ୍ତ କୁମାର ରାଉତଙ୍କ ଉପରେ ଦଳୀୟ ହାଇକମାଣ୍ଡ ଆସ୍ଥା ଓ ବିଶ୍ୱାସ ରଖି ଦଳର ଆସିକା ବ୍ଳକ ସଭାପତି ଭଳି ଏକ ଗୁରୁ ଦାୟିତ୍ୱରେ ନିଯୁକ୍ତି କରିଥିବାରୁ ଶୁଭେଚ୍ଛୁ ଓ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳୁଛି । ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲା (ପଶ୍ଚିମ) ପାଇଁ ନୂତନ ଟିମ୍ ଘୋଷଣା କରାଯାଇଛି । ଏହି କମିଟିରେ ଆସିକା ବ୍ଳକ କଂଗ୍ରେସ ସଭାପତି ରୂପେ ଯୁବ ନେତା ତଥା ସୁସଂଗଠକ ସୁଶାନ୍ତ କୁମାର ରାଉତଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି ।


