ମାଟିଘର ସାହିତ୍ୟ ଆସର ଅଷ୍ଟମ ବାର୍ଷିକ ଉତ୍ସବ
ନାଉଗାଁ,(ଓ୍ବାଇଏନଏସ) :ଜଗତସିଂହପୁର ଜିଲ୍ଲା ର “ମାଟିଘର ” ର ସାହିତ୍ୟ ଆସର ଅଷ୍ଟମବାର୍ଷିକ ଉତ୍ସବ ରବିବାର ସୁଦୂର ଭୁବନେଶ୍ୱର ବିଏସ୍ଏନ୍ଏଲ୍ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କବିତା ଆସରରେ ଅଧ୍ୟକ୍ଷତା କରିଥିଲେ କବି ମାନିନୀ ମିଶ୍ର,ବରେଣ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଡଃ ତ୍ରିପୁରା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଡଃ କବିତା ମହାନ୍ତି ଓଡ଼ିଶାର ପ୍ରଥମ ଭାସ୍କର୍ଯ୍ୟ ଶିଳ୍ପୀ । କବିତା ସଂଯୋଜନା କରିଥିବା କବି କ୍ଷଣପ୍ରଭା ମହାନ୍ତି ଓ କବି ଆଶୁତୋଷ ଦାସ । ଆଲୋଚନା ର ବିଷୟ ଥିଲା ସିନେ ଜଗତ, ଓଡ଼ିଶାର ଭାସ୍କର୍ଯ୍ୟ ଶିଳ୍ପ ଓ ସାହିତ୍ୟ । ୭୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସେହିଭଳି ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି ମମତା ଦାଶ ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର ଯୋଗଦେଇ ଆଧୁନିକ ଓଡ଼ିଆ କବିତାରଗତି ବିଷୟରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ମାଟିଘର ପତ୍ରିକା ଉନ୍ମୋଚିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ ସାତ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମାଟିଘର ସମ୍ମାନରେ ସମ୍ମାନିତ କରାଯାଇଥିଲା । ମାଟିଘର ଉପଦେଷ୍ଟା ଶଶୀଭୂଷଣ ମହାନ୍ତି ଓ ମାଟିଘର ପ୍ରତିଷ୍ଠାତା ତଥା ସଂପାଦିକା ଶର୍ମିଷ୍ଠା ମହାନ୍ତିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା । ମାଟିଘର ସାହିତ୍ୟ ସମ୍ମାନରେ ସମ୍ମାନିତ ହେଲେ କବି ମମତା ଦାଶ,କବି ଡଃ ମନୋରମା ବିଶ୍ୱାଳ ମହାପାତ୍ର ଓ କବି ସୂର୍ଯ୍ୟ ମିଶ୍ର । ଡଃ ପ୍ରିତିପଦ୍ମା ପଣ୍ଡାଙ୍କୁ ଗୀତି କବିତା ରେ, ମାନିନୀ ମିଶ୍ର ଙ୍କୁ ସଂପାଦନର ,ଡଃ କବିତା ମହାନ୍ତି ଙ୍କୁ ଓଡ଼ିଶା ର ପ୍ରଥମ ମହିଳା ଭାସ୍କର୍ଯ୍ୟ ଶିଳ୍ପୀ ଭାବର ଓ ସୈ।ମ୍ୟ ବିଶ୍ଵଜିତ୍ ଙ୍କୁ ଓଡିଶୀ ସଂଗୀତ ରେ ମାଟିଘର ସମ୍ନାନରେ ସମ୍ମାନିତ କରାଯାଇଥିଲା ।


