ଇନ୍ଦିରାବଜାର କନ୍ତିମଳା ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ : ସ୍ବତନ୍ତ୍ର ଟିମ ସହ ତଦାରଖ କଲେ ଅଧିକ୍ଷଣ ଯନ୍ତ୍ରୀ
କୋଣାର୍କ (ଓ୍ବାଇଏନଏସ): କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ଇନ୍ଦିରାବଜାର ଠାରୁ କନ୍ତିମଳା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ଗଣ ମଧ୍ୟମରେ ଅଭିଯୋଗ ଆଣିଥିଲେ । ସୂଚନା ଅନୁଯାୟୀ ୩.୩ କିମି ବିଶିଷ୍ଟ ଦୀର୍ଘ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କାକଟପୁର ଉପଖଣ୍ଡ ପକ୍ଷରୁ ଏହି ରାସ୍ତା କାର୍ଯ୍ୟ ପାଇଁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଲଗାଯାଇଥିବା ଫଳକ ତଥା ଆବଶ୍ୟକ ଏଷ୍ଟିମେଟ ଅନୁଯାୟୀ ନିର୍ମାଣ କାର୍ଯ୍ୟ ହେଉ ନଥିବା ନେଇ ଅଭିଯୋଗ କରିଥିଲେ ଗ୍ରାମବାସୀ । ଅଭିଯୋଗ ପରେ ଉକ୍ତ ରାସ୍ତା କାର୍ଯ୍ଯ ସ୍ଥଳରେ ବିଭାଗୀୟ ନିମାପଡ଼ା ଅଧିକ୍ଷଣ ଯନ୍ତ୍ରୀଙ୍କ ସ୍ବତନ୍ତ୍ର ଟିମ୍ ସହ ଏହାକୁ ତଦାରଖ କରିଛନ୍ତି । ଗ୍ରାମ ବାସୀଙ୍କ ଉପସ୍ଥିତିରେ କାମ ହୋଇଥିବାର ରାସ୍ତାକୁ ତନ ଘନ କରି ଯାଞ୍ଚ୍ କରୁଥିବାର ଦେଖିବାକୁ ମିଳୁଛି । ଗ୍ରାମ ବାସୀଙ୍କ ଉପସ୍ଥିତିରେ ମ୍ୟାଟେରିଆଲ ଭାଗ ମାପ ଓ ଉଚ୍ଚତାର ଠିକ୍ ଅଛି ବୋଲି ଯାଞ୍ଚ୍ ରେ ଜଣାପଡିଥିଲା । ଆବଶ୍ୟକ ଏଷ୍ଟିମେଟ୍ ଅନୁଯାୟୀ ରାସ୍ତା କାର୍ଯ୍ୟ ସୁଚାରୁପେ ଚାଲୁ ରହିବ ବୋଲି ଠିକାଦାର ଗ୍ରାମ ବାସୀଙ୍କୁ ଜଣାଇଛନ୍ତି । ଗ୍ରାମବାସୀ ମାନେ ନିମାପଡ଼ା ଅଧିକ୍ଷଣ ଯନ୍ତ୍ରୀ ,କନିଷ୍ଠ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ ଙ୍କୁ ଖୁସିହୋଇ କୃତଜ୍ଞତା ଜଣାଇଛନ୍ତି ।


