ରାୟଗଡ଼ା, ଗୁଣପୁର ଓ ପଦ୍ମପୁର ଜୁଆ ଆଡ଼ାରେ ଚଢ଼ଉ
ଗୁଣପୁର(ୱାଇ ଏନ ଏସ): ପାର୍ବଣ ଋତୁ ଅଵସରରେ ରାୟଗଡା ଜିଲ୍ଲାରେ ଜୁଆ ଓ ଗୁଡୁ ଗୁଡୁ ଖେଳ ବ୍ୟାପକ ଭାବେ ଚାଲିଥିବା ଦୃଷ୍ଟିରେ ରଖି ରାୟଗଡା ଏସପି ରାଜ ପ୍ରସାଦଙ୍କ ନିର୍ଦେଶ କ୍ରମେ ପୁଲିସ ପକ୍ଷରୁ ବିଭିନ୍ନ ଜୁଆ ଆଡା ଉପରେ ବ୍ୟାପକ ଚଢ଼ାଉ କରାଯାଇଥିବା ସମ୍ପର୍କରେ ଜିଲ୍ଲା ଏସପି କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି। ରାୟଗଡ଼ା ,ଗୁଣପୁର ଓ ପଦ୍ମପୁର ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡାରେ ପୁଲିସ ଚଢ଼ଉ କରିଛି। ତିନି ଜୁଆ ଆଡ୍ଡାରୁ ପୁଲିସ ଏକ ଲକ୍ଷ ୬୦ ହଜାର ୯୫୦ ଟଙ୍କା, ୧୯ଟି ମୋବାଇଲ୍ ଫୋନ୍, ତାସ୍ ପତା ଜବତ କରିବା ସହ ୩୮ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତରୁ ପ୍ରକାଶ, ଶୁକ୍ରବାର ରାୟଗଡ଼ାରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୨ ହଜାର ୬୦୦ ଟଙ୍କା ଓ ୫୨ଟି ତାସ୍ ପତା ଜବତ କରାଯିବା ସହ ୬ ଜଣଙ୍କୁ ଧରିଥିଲା ପୁଲିସ। ସେହିପରି ଶନିବାର ଦିନ ରାୟଗଡ଼ାରେ ଆଉ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୬୦ ହଜାର ୫୬୦ ଟଙ୍କା ଓ ୫୨ଟି ତାସ୍ ପତା ଜବତ କରାଯାଇଥିଲା। ଏହି ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଏକ ଘଟଣାରେ ଶନିବାର ଦିନ ପଦ୍ମପୁର ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ଼ାରେ ଚଢ଼ଉ କରି ୫୨ ହଜାର ୭୯୦ ଟଙ୍କା, ୯ଟି ମୋବାଇଲ୍ ଫୋନ୍, ତାସ୍ ପତା ଜବତ କରାଯାଇଥିଲା ।ଏହି ଘଟଣାରେ ୧୧ ଜଣଙ୍କୁ ଅଟକ ରଖିଥିବା ପୁଲିସ ସୂଚନା ଦେଇଛି। ଅପର ପକ୍ଷରେ ଗୁଣପୁର ପୁଲିସ ପକ୍ଷରୁ ୩ ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩ଟି ମାମଲାରେ ୧୩ ଜଣଙ୍କୁ ଗିରଫ କରିବା ସହ ୪୬ ହଜାର ୮୫୦ ଟଙ୍କା ଏବଂ ୪ ଟି ମୋବାଇଲ ଜବତ କରାଯାଇଥିବା ନେଇ ଆଦର୍ଶ ଥାନା ଆଇଆଇସି କେକେବିକେ କହଁର ସୂଚନା ଦେଇଛନ୍ତି। ସମସ୍ତ ଜୁଆଡିଙ୍କୁ ଗିରଫ କରି ପୁଲିସ ନୋଟିସ୍ ଦେଇ ଛାଡ଼ି ଦେଇଛି I ପାର୍ବଣ ଋତୁ ଚାଲିଥିବାରୁ ଜୁଆ ଖେଳ ବୃଦ୍ଧି ପାଇଥିବାରୁ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।


