୧୯୭୫ ବ୍ୟାଚ୍ର ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ଆସିକା (ୱାଇଏନ୍ଏସ୍) : ଆସିକା ହରିହର ହାଇସ୍କୁଲର ୧୯୭୫ ମାଟ୍ରିକ ବ୍ୟାଚ୍ର ବହୁ ପୂରାତନ ଛାତ୍ର ରବିବାର ଶିକ୍ଷାନୁଷ୍ଠାନ ପରିସରରେ ଏକଜୁଟ ହୋଇ ସେମାନଙ୍କର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଛି। ଆସିକା ହରିହର ହାଇସ୍କୁଲରେ ୧୯୭୫ ମସିହାରେ ମାଟ୍ରିକ ଶ୍ରେଣୀରେ ପଢୁଥିବା ଛାତ୍ର ରାମଶରଣ ମହାପାତ୍ର, ନିର୍ଦ୍ଦୋଶ ବେହେରା, ପି.ରାମାରାଓ ପାତ୍ର, ସୁବ୍ରତ ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ସାହୁ, ମୀନକେତନ ଦାଶ, ସୁରେଶ କୁମାର ମହାରଣା, ଅଭିମନ୍ୟୁ ମହାନ୍ତି, କେ.ରବିନ୍ଦ୍ର ପାତ୍ର, ବି.ସଂଜୀବ ପାତ୍ର, ସୁନିଲ୍ କୁମାର ରଥ, ରାମରଂଜନ ପଣ୍ଡା, ପୂର୍ଣ୍ଣ ସୁବୁଦ୍ଧି, ଅଶୋକ କୁମାର ପାଳ, ସତ୍ୟନାରାୟଣ ପାତ୍ର, ପ୍ରଦୀପ କୁମାର ପଣ୍ଡା, ଲଳିତେନ୍ଦୁ ପଣ୍ଡା, କେ.ରାମଚନ୍ଦ୍ର ରାଓ, ଏନ୍.କାମେଶ୍ୱର ଆଚାରୀ, ସତ୍ୟନାରାୟଣ ମୁନି, କାହ୍ମୁ ଆଚାରୀ, ହୃଷିକେଶ ପାଣିଗ୍ରାହୀଙ୍କ ସମେତ ବହୁ ପୁରାତନ ଛାତ୍ର ଏକଜୁଟ ହୋଇ ସେମାନଙ୍କର ପିଲାଦିନର ସ୍ମୃତି ସାଉଁଟିବା ସହ ଆଗାମୀ ଦିନରେ ସବୁ ସମୟରେ ଏକଜୁଟ ହୋଇ ସମାଜ ସେବା କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦୀର୍ଘ ୫୦ବର୍ଷ ପରେ ୧୯୭୫ ବ୍ୟାଚର ଆସିକା ହରିହର ହାଇସ୍କୁଲର ମାଟ୍ରିକ ପାଠ୍ୟକ୍ରମ ପୁରାତନ ଛାତ୍ର ମାନେ ଏକଜୁଟ ହୋଇଥିବା ଯୋଗୁଁ ଖୁସିରେ ବିଭୋର ହୋଇପଡିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ଅଞ୍ଚଳର ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଆସିକା ହରିହର ହାଇସ୍କୁଲକୁ ଇତି ମଧ୍ୟରେ ୧୦୦ବର୍ଷ ପୁରି ଯାଇଥିଲା ବେଳେ ବହୁ ଛାତ୍ର ଛାତ୍ରୀ ଭଲ ପାଠପଢି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଥିଲା ବେଳେ ଗୋଟିଏ ଛାତ ତଳେ ୧୯୭୫ ମାଟ୍ରିକ୍ ବ୍ୟାଚର ବିଦ୍ୟାର୍ଥୀଙ୍କ ମହାମିଳନ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ୧୯୭୫ ମସିହାରେ ମାଟ୍ରିକ ବ୍ୟାଚର ଛାତ୍ରମାନଙ୍କୁ ସେତେବେଳେ ପାଠ ପଢାଇ ସୁନାଗରିକ ଭାବେ ଗଢିତୋଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ଶିକ୍ଷାନୁଷ୍ଠାନର ତତ୍କାଳୀନ ଶିକ୍ଷକ ଗଣେଶ ରଥ ଓ ଏ.ଯୁଧିଷ୍ଠିର ଦୋରାଙ୍କୁ ପୁରାତନ ଛାତ୍ର ସଂଘ ପକ୍ଷରୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯିବା ସହ ସେମାନଙ୍କୁ ଦୀର୍ଘ ନିରାମୟ ଜୀବନ ଓ ନିରୋଗ କାମନା କରାଯାଇଥିଲା । ଆସିକା ହରିହର ହାଇସ୍କୁଲରେ ୧୯୭୫ମସିହାରେ ମାଟ୍ରିକ୍ ପାଠ୍ୟକ୍ରମରେ ଶିକ୍ଷାଜୀବନ କଟାଇଥିବା ପୁରାତନ ଛାତ୍ର ମାନେ ପୁରୁଣା ଦିନର ସ୍ମୃତିକୁ ସାଉଁଟିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ରମାକାନ୍ତ ମହାନ୍ତିଙ୍କୁ ମଧ୍ୟ ଏହି ଅବସରରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ପରଲୋକାଗତ ବନ୍ଧୁ ଓ ଶିକ୍ଷକଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ୧୯୭୫ ମାଟ୍ରିକ୍ ବ୍ୟାଚ୍ର ଛାତ୍ରମାନେ ଯିଏ ଯେଉଁ ସ୍ତରରେ ଥିଲେ ବି ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବା ସହ ଅସୁବିଧାରେ ପଡିଥିବା ସହପାଠୀଙ୍କୁ ମିଳିତ ଭାବେ ସହଯୋଗର ହାତବଢାଇବାକୁ ଆଲୋଚନା କରାଯାଇଥିଲା। ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଶତାୟୁ ପୁରାତନ ଆସିକା ହରିହର ହାଇସ୍କୁଲର ୧୯୭୫ମାଟ୍ରିକ ବ୍ୟାଚ୍ର ପୁରାତନ ଛାତ୍ରମାନେ ଦୀର୍ଘ ୫୦ ବର୍ଷ ପରେ ଏକଜୁଟ୍ ହୋଇ ଖୁସିରେ ବିଭୋର ହୋଇପଡିଥିବା ଦେଖିବାକୁ ମିଳିଥିଲା ।


