ମା’ ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପାନୀୟ ଜଳ ବିତରଣ
ବାଲେଶ୍ୱର,(ସରୋଜ ପଣ୍ଡା): ପ୍ରବଳ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରୁ ‘ମା’ ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ’ ପକ୍ଷରୁ ୨୩ ନଂ. ୱାର୍ଡ଼ର ସହଦେବଖୁଣ୍ଟା ଚାନ୍ଦମାରି ପଡ଼ିଆ ଛକରେ ଏକ ପାନୀୟଜଳ ବିତରଣ କେନ୍ଦ୍ର ଖୋଲାଯାଇଛି। ବାଲେଶ୍ୱର ପୌରପାଳିକାର ସହାୟତାରେ ଏହି ଜଳଦାନ କେନ୍ଦ୍ର ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାର୍ଯ୍ୟକରୁଛି। ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପାଳିକରି ଏହି ଜଳଦାନ କେନ୍ଦ୍ର ପରିଚାଳନା କରୁଛନ୍ତି। ସଂଗଠନର ସଭାନେତ୍ରୀ ନିରଜିତା ପଣ୍ଡା, ସଂପାଦିକା ପ୍ରତିମା ପରିଡ଼ାଙ୍କ ସମେତ ପୁଷ୍ପାଞ୍ଜଳି ସେନାପତି, ଅଞ୍ଜଳି ରାମଜାଲିଆ, ବନିତା ମହାନ୍ତି, ସୁକାନ୍ତି ମାଝୀ, କମଳା ଜେନା, ମମତା ମହାନ୍ତି, ଅର୍ଚ୍ଚନା ବେହେରା ଓ ଲୀଳା ଜେନା ପ୍ରମୁଖ ପ୍ରତ୍ୟହ ଉପସ୍ଥିତ ରହୁଛନ୍ତି। ତୃଷାର୍ତ୍ତ ପଥଚାରୀମାନେ ପ୍ରବଳ ଗ୍ରୀଷ୍ମ ସମୟରେ ସୁଶୀତଳ ଜଳ ପାନ କରି ତୃଷା ମେଣ୍ଟାଉଛନ୍ତି। ଜଳଦାନ କେନ୍ଦ୍ର ଉଦ୍ଘାଟନ ସମୟରେ ସ୍ଥାନୀୟ କାଉନ୍ସିଲର୍ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଏଥିପାଇଁ ସ୍ଥାନୀୟ ଅଧିବାସୀମାନେ ପ୍ରଶଂସା କରୁଛନ୍ତି।


